
ବିଷମ କଟକ,(ପ୍ରସନ୍ନ କୁମାର ପଣ୍ଡା): ରାଜ୍ୟସରକାର ଉତ୍ତମ ଶିକ୍ଷାବ୍ୟବସ୍ଥା ପାଇଁ ପ୍ରତିଟି ମୁହୂର୍ତ୍ତରେ ଧ୍ୟାନ ଦେଉଥିବା ବେଳେ , କିଛି ଅସାଧୁ ସରକାରୀ ବାବୁ ମାନଙ୍କ ପାଇଁ ଅନେକ ଜାଗାରେ ଲୁଟ ଓ ହେରାଫେରି ଦେଖିବାକୁ ମିଳୁଛି । ଠିକ ସେମିତି ଏକ ପୁରୁଣା ଓ ଅବହେଳିତ କୋଠା କୁ ସାଧାରଣରେ ସଜାଡି ରଙ୍ଗ ଦେଇ ପ୍ରାୟ 2ଲକ୍ଷ ଟଙ୍କା ହେରଫେର ହେବାର ଦେଖିବାକୁ ମିଳିଛି , ଓ ଅଭିଯୋଗ ବି ହେଉଛି। ଉକ୍ତ ଘଟଣାଟି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ର ହାଟମୁନିଗୁଡା ଗ୍ରାମର ଉଚ ପ୍ରାଥମିକ ବିଦ୍ୟାଳୟରେ ।ଅର୍ଥିକବର୍ଷ 20-21 ରେ ବିଦ୍ୟାଳୟରେ ସରକାରଙ୍କ ଦେୟ ରେ ଉତ୍ତମ ଭୋଜନ ସହିତ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଡାଇନିଂ ହଲ ନିମନ୍ତେ ଅଟକଳ ମୂଲ୍ୟ 5,86,633 ଟଙ୍କା ବ୍ୟୟ ବରାତ ହୋଇଥିଥିଲା ,
ହେଲେ ଦୁର୍ଭାଗ୍ୟର କଥା ଏହାକୁ ପଂଚାୟତ ନିର୍ବାହୀ ଅଧିକାରୀ ଓ ରୋଜଗାର ସେବକ ମହାଶୟ ନିଜେ ଅତି ନିମ୍ନମାନର କାମ ସହିତ ପୁରୁଣା କୋଠା କୁ ମରାମତି କରି ରଙ୍ଗବେରଙ୍ଗ ର ଚିତ୍ରକଳା କରି ସାଧାରଣ ଲୋକ ଙ୍କୁ ଭୁଆଁ ବୁଲାଇ ଅର୍ଥ ହଡପ କରିଥିବା ଘଟଣା ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରଶାରଣ ହୋଇଥିଲା ଏବଂ ରାୟଗଡା ଜିଲ୍ଲା ପାଳ ଙ୍କୁ ଗ୍ରାମ ବାସୀ ମାନେ ଏକ ଲିଖିତ ଅଭିଯୋଗ ଦେଇ ଥିବା ବେଳେ ରାୟଗଡା ଜିଲ୍ଲା ପାଳ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ତଦନ୍ତ ର ନିର୍ଦ୍ଦେଶ ଦେଲେ ହେଲେ ତଦନ୍ତ ତଦନ୍ତ ରେ ହିଁ ରହିଗଲା ଏହି ବିଷୟରେ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବା କୁ ବହୁତ ଚେଷ୍ଟା କରିଲେ ମଧ୍ୟ ଯୋଗାଯୋଗ ହୋଇ ପାରିଲାନାହିଁ । ନା ରାଜ ନୈତିକ ଚାପରେ ଉପଜିଲ୍ଲାପାଳ ତଦନ୍ତ କରୁ ନାହାଁନ୍ତି l ଏହିଭଳି ତଦନ୍ତ ନହେଲେ ପ୍ରଶାସନ ଉପରେ ଗ୍ରାମବାସୀଙ୍କ ଅସ୍ତ ତୁଟି ଯିବ l



