Sunday, November 15, 2026
Home ଆଞ୍ଚଳିକ ପ୍ରଥମ ଥରଲାଗି ଖୋର୍ଦ୍ଧାରୋଡ ରେଳମଣ୍ଡଳର ଯାଜପୁର,କେଉଁଝର ଓ ହରିଦାସପୁରରୁ ସିମେଂଟ ପରିବହନ ଆରମ୍ଭ

ପ୍ରଥମ ଥରଲାଗି ଖୋର୍ଦ୍ଧାରୋଡ ରେଳମଣ୍ଡଳର ଯାଜପୁର,କେଉଁଝର ଓ ହରିଦାସପୁରରୁ ସିମେଂଟ ପରିବହନ ଆରମ୍ଭ

38

ଖୋର୍ଦ୍ଧା,୧୭/୦୨(ଜିଲ୍ଲା ଖବର) : ମହାମାରୀ କୋଭିଡ-୧୯ ପରେ ପ୍ରଥମଥରଲାଗି ଖୋର୍ଦ୍ଧାରୋଡ ରେଳମଣ୍ଡଳର ଯାଜପୁର,କେଉଁଝର ଓ ହରିଦାସପୁରରୁ ସିମେଂଟ ପରିବହନ ଆରମ୍ଭ କରିଛି । ହରିଦାସପୁରର ରାମକୋ ସାଇଡିଂରୁ ୨୧ଟି ୱାଗନ ସିମେଂଟର ଏକ ସଂପୁର୍ଣ୍ଣ ରେକ୍ ପରିବହନ କରିଥିବା ବେଳେ ଯାଜପୁର ଓ କେଉଁଝର ରୋଡରୁ ୨୧ଟି ୱାଗନ ସିମେଂଟର ଗୋଟିଏ ରେକ୍ ପରିବହନ କରିଛି । ବ୍ୟବସାୟ ବିକାଶ ୟୁନିଟ ଅଧିନରେ ଏହା ଏକ ପଦକ୍ଷେପ ବୋଲି ଖୋର୍ଦ୍ଧାରୋଡ ରେଳପଥ ପକ୍ଷରୁ କୁହାଯାଇଛି । ବ୍ୟବସାୟ ବିକାଶ ୟୁନିଟ୍ ପଦକ୍ଷେପରେ ପ୍ରଥମଥରଲାଗି ପରିବହନ ହୋଇଥିବା ୨୧ୱାଗନ ତଥା ୧୩୫୯ଟନ୍ ହରିଦାସପୁରରୁ ଓଡିଶାର ବାଲେଶ୍ୱରକୁ ପରିବହନ ହୋଇଥିବା ସିମେଂଟପାଇଁ ରେଳପଥକୁ ୩,୯୧,୨୮୫ଟଙ୍କା ରାଜସ୍ୱ ଆସିଥିବା କୁହାଯାଇଛି । ସେହିପରି ୨୧ଟନ୍ ୱାଗନର ଆଉ ଏକ ସଂପୁର୍ଣ୍ଣ ରେକ୍ ଯଥା ୧୩୮୦ଟନ୍ ସିମେଂଟ ଯାଜପୁର-କେଉଁଝର ରୋଡରୁ ପ୍ରଥମଥର ଲୋଡ ହୋଇ ପଶ୍ଚିମବଙ୍ଗର ଡାଙ୍କୁଣିକୁ ପରିବହନ କରାଯାଇ ରେଳପଥର ରାଜସ୍ୱରେ ୮,୦୨,୨୫୪ ଟଙ୍କାର ବୃଦ୍ଧି ପାଇଛି । ଫଳରେ ବ୍ୟବସାୟ ବିକାଶ ୟୁନିଟ ଅଧିନରେ ଚାଲିଥିବା ନିରନ୍ତର ପ୍ରୟାସ ସହିତ ନୂତନ ଟ୍ରାଫିକ ପ୍ରସ୍ତାବଗୁଡିକର କାର୍ଯ୍ୟକାରୀତା କ୍ଷେତ୍ରରେ ଏହି ବିଭାଗ ସଫଳତା ହାସଲ କରୁଛି ବୋଲି କୁହାଯାଇଛି ।