Monday, October 12, 2026
Home ଅପରାଧ ସାତ ଦିନପରେ ନିଖୋଜ ଯୁବକ ପରମେଶ୍ୱର ଧାରୁଆଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ...

ସାତ ଦିନପରେ ନିଖୋଜ ଯୁବକ ପରମେଶ୍ୱର ଧାରୁଆଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କଲା

148

ବାଲିଗୁଡା,୧୭/୦୨{ ସୁକାନ୍ତ କୁମାର ତ୍ରିପାଠୀ } ସାତ ଦିନପରେ ନିଖୋଜ ହୋଇଥିବା ଯୁବକ ପରମେଶ୍ୱର ଧାରୁଆଙ୍କ ମୃତଦେହ ଏକ ଗଛ ରେ ଝୁଲନ୍ତା ଅବସ୍ଥା ରେ କାଲି ବାଲିଗୁଡା ପୋଲିସ ଉଦ୍ଧାର କରି ଶବକୁ ଜବତକରି ଏକ ଅପମୃତୁ ମାମଲା ରୁଜୁ କରିବା ସଂଗେ ସଂଗେ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି lସେ ଗତ 9 ତାରିଖ ଅପରାହ୍ନରେ ପରମେଶ୍ୱର ଘରେ କାହାକୁ ନଜଣାଇ କେଉଁଆଡେ ପଳାଇଥିଲେଲ | ପରିବାର ଲୋକେ ସାହି ପଡିଶାଓ ନିକଟସ୍ଥ ଗାଁରେ ବହୁ ଖୋଜାଖୋଜି ପରେ ବି ସନ୍ଧାନ ମିଳିନଥିଲା lଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ l ହେଲେ ଆଜି ପାହାଡ ରେ ମୃତ ଦେହ ଝୁଲୁ ଥିବାର ଖବର ମିଳିଥିଲା lବାଲିଗୁଡା ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁ ଥିବାବେଳେ ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଜଣାପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି l