Home ଆଞ୍ଚଳିକ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ

ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ

133


ଆସିକା,୨/୧୦ (ଖିରୋଦ ଚନ୍ଦ୍ର ବେହେରା): ବିଜୁ ଜନତା ଦଳର ରାଜ୍ୟ ସୁପ୍ରିମୋ ନବିନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ରାଜ୍ୟସାରା ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନକୁ ଅନୁସରଣ କରି ଆଜି ପବିତ୍ର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ଅବସରରେ ଆସିକା ବିଜୁ ଜନତା ଦଳ ତରଫରୁ ଏହି ପଦଯାତ୍ରା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ।

ଏହି ପଦଯାତ୍ରାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ, କବିସୂର୍ଯ୍ୟନଗର ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଦିଲ୍ଲିପ ପ୍ରାଣିଗ୍ରାହ. ଯୁବନେତା ସତ୍ୟନାରାୟଣ ସ୍ୱାଈଁ, ନଗର ବିଜେଡି ସଭାପତି ନିଗମ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଶିବରାମ ମହାନ୍ତି, କୋକରାମ ଜେନା,ଗୌରହରି ବେହେରା,ଯୁବ ନେତା ଅନିଲ କୁମାର ନାହାକ, ପୁର୍ବତନ ବ୍ଲକ ଅଧକ୍ଷ ସୁର୍ଯକାନ୍ତ ପରିଡା,କଳ୍ପନା ଭୋଳ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦକ ବି.ମନୋଜ କୁମାର ଦୋରା, ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ନିଗମାନନ୍ଦ ରାଉତ, ବରିଷ୍ଠ ବଜେଡି ନେତା ରାଜେଶ ପଟ୍ଟନାୟକ ପ୍ରମୁଖ ଯୋଗଦେବା ସହ ସତାଧିକ ଦଳିୟ କର୍ମି ଦଳର ପତାକା ବେନେର ଧରି ବିରାଟ ପଟୁଆର ସହ ବିଜୁ ପ୍ରତିମୁର୍ତିରେ ସାଂସଦ ବିଧାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏକ ବିରାଟ ପଟୁଆର ସହ କାଳଷଣ୍ଡପୁର ପଚଂୟତ ଅଧିନ ଚିନିଶିଳ୍ପ ନୂଆଗାଁ , ମୁକୁନ୍ଦପୁର. ପନ୍ଦରା ସାହି, ପୁଡୁକେଶ୍ୱର ପଲ୍ଲି, ପ୍ରମୁଖ ଗ୍ରାମ ଗୁଡିକରେ ପଦ ଯାତ୍ରାକରି ନବୀନ ପଟ୍ଟନାୟକ ସରକାରଙ୍କ ପଚଂମୁଖି କାର୍ଯ୍ୟକ୍ରମ ଓ ଗ୍ରାମର ବଭିନ୍ନି ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଚିନିଶିଳ୍ପ ନୁଆଗାଁ ଠାରେ କୈବଲ୍ୟ ନାହାକ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇଥିବା ବେଳେ ମୁକୁନ୍ଦପୁର ସୁବାଶ ମହାନ୍ତିଙ୍କ ସଭାପତିତ୍ୱରେ ସଭାଅନୁଷ୍ଠିତ ହୋଇଥିଲା । ସେହି ଭଳି ପନ୍ଦରା ସାହିରେ କିଶୋର ପାତ୍ରଙ୍କ ସଭାପତିତ୍ୱରେ ସଭା ହୋଇଥିଲା । ସେହି ଭଳି ପୁଡୁକେଶ୍ୱର ପଲ୍ଲି ଠାରେ ସମ୍ଭୁ ନାହାକ । ଆସିକା ସହରର ରଘୁନ୍ନାଥ ନଗର ଠାରେ ଜିଲ୍ଲା ପରିଷଦ ସଭ୍ୟ ଶିବଶଙ୍କର ମହାନ୍ତି ।

ଏହା ପରେ ଅପରହ୍ନରେ କାଳଷଣ୍ଡପୁର ପଚାଂୟତ ଠାରେ ନବନିର୍ମିତ ବରିଷ୍ଠ ନାଗରିକ ଚିତବିନୋଦ କେନ୍ଦ୍ର, ମାର୍କେଟ କମ୍ପେ୍ଲକ୍ସର ୬ଟି କୋଠରୀ, ପାଠାଗାରା ଓ ସୂଚାନ କେନ୍ଦ୍ର, କାଳଷଣ୍ଡପୁର ବିଦ୍ୟାଳୟ ଠାରେ ଶିଶୁ ଉଦ୍ୟାନ, ସାଂସ୍କୃତିକ ମଣ୍ଡପ, ବିଦ୍ୟାଳୟ ରନ୍ଧନ ଗୃହ, ବାଉରୀ ସାହି କୋଠଘର, ସାଂସଦ ଓ ବିଧାୟିକା ଉଦଘାଟନ କରିଥିଲେ ।

ସରପଚଂ ଧନମାଳୀ ସିଅ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ପଚାଂୟତ ଠାରେ ଏକ ନୈଶ୍ୟ ଭୋଜନର ଆୟୋଜନ ହୋଇଥିଲା । କାଳଷଣ୍ଡପୁର ଗାଁ ପରିକ୍ରମା କରି ଦୁଇଟି ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଏହାପରେ ନଳବଟାଂ ପଚାଂୟତର ପାଟଳିଗୁଡା, ନଳବଟାଂ, ଖଡବାଗ, ଚେରମାରିଆ ଗ୍ରାମ ପରିକ୍ରମା କରାଯାଇଥିଲା ।

ନଳବଟାଂ ଠାରେ ବାଦ୍ୟବାଜଣା ସହ ଆତସବାଜି ଫୁଟାଇ ପୂର୍ବତନ ସରପଚଂ ଭଗବାନ ପ୍ରଧାନ ଓ ସମିତି ପ୍ରତିନିଧି ନେତୃତ୍ୱରେ ବିଧାୟିକାଙ୍କୁ ସ୍ୱାଗତ ସହ ଗାଁ ପରିକ୍ରମା କରାଯାଇଥିଲା । ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ସଫଳ ଉପରେ ମତ ବ୍ୟକ୍ତ କରିବା ସହ ଦଳିୟ କର୍ମୀଙ୍କୁ ସଭ୍ୟ ସଂଗ୍ରହ ପାଇଁ ଆହ୍ୱାନ ଦେଇଥିିଲେ । ଏହାପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।