Friday, November 13, 2026
Home ଆଞ୍ଚଳିକ ୯୨ ବର୍ଷିୟା ବୃଦ୍ଧା ପ୍ରେମ ଲତା ସାହୁ ଙ୍କ ଗୁହାରୀ ଶୁଣିଲେ ଗୁଣୁପୁର ଉପଜିଲ୍ଲାପାଳ

୯୨ ବର୍ଷିୟା ବୃଦ୍ଧା ପ୍ରେମ ଲତା ସାହୁ ଙ୍କ ଗୁହାରୀ ଶୁଣିଲେ ଗୁଣୁପୁର ଉପଜିଲ୍ଲାପାଳ

26

ବିଷମକଟକ,୧୭/୦୨(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ କାର୍ଯ୍ୟାଳୟ ରେ ଗୁଡାରି ଏନ ଏ ସି ର 92 ବର୍ଷିୟା ବୃଦ୍ଧା ପ୍ରେମଳତା ସାହୁ ଙ୍କ ଗୁହାରି ଶୁଣିଲେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ଭାରତ ସରକାର ଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ର ସାହାରା ପରିବାର ପରାମର୍ଶ କେନ୍ଦ୍ର ରେ 92 ବର୍ଷିୟା ବୃଦ୍ଧା ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ତିନି ପୁଅ ତାଙ୍କ ବାର୍ଦ୍ଧକ୍ୟ ରୋଗାଗ୍ରସ୍ତ ଅବସ୍ଥା ରେ ପଚାରୁ ନ ଥିବା ଅଭିଯୋଗ ଉପରେ ଏହି ଅଭିଯୋଗ ଶୁଣାଣି ବେଳେ ଅଭିଯୋଗକାରିଣୀ ମା ପ୍ରେମଳତା ସାହୁ ଙ୍କ ସହ ବଡ଼ ପୁଅ ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର ରଘୁନାଥ ସାହୁ, ଦ୍ୱତୀୟ ପୁଅ PWD ର କର୍ମଚାରୀ ରାଜେନ୍ଦ୍ର ସାହୁ ଏବଂ ତୃତୀୟ ପୁଅ ଦିନ ମଜୁରିଆ କାମ କରି ମା ଙ୍କ ନେଇ ରହୁ ଥିବା ବିଶ୍ଵନାଥ ସାହୁ ଉପସ୍ଥିତ ଥଲେ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଏହି ଅଭିଯୋଗ ର ସମସ୍ତ ତଥ୍ୟ ଉପସ୍ଥାପନା କରିବା ପରେ ବ୍ୟକ୍ତିଗତ ଭାବେ ଜଣ ଜଣ ଙ୍କ ସହ ଆଲୋଚନା କରି ସମସ୍ତ ତଥ୍ୟ ଶୁଣିବା ପରେ ଗୁଣୁପୁର ଉପଜିଲ୍ଲାପାଳ ତଥା ଅଧକ୍ଷ୍ୟ ଜେ ସୋନାଲ ସେମାନଙ୍କୁ ସେମାନ ଙ୍କ ସମସ୍ତ ତଥ୍ୟ କେନ୍ଦ୍ର କୁ ଦେବା ପାଇଁ ଜଣାଇବା ସହ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଙ୍କୁ ଏକ ତାରିଖ ଧାର୍ଯ୍ୟ ସହ ତିନି ପୁଅ ଙ୍କୁ କେନ୍ଦ୍ର ରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେବା ସହ 92 ବର୍ଷିୟା ମା ପ୍ରେମଳତା ସାହୁ ଙ୍କ ଦାୟିତ୍ୱ ନ ନେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସଚିବ ପ୍ରମୋଦ ସାହୁ ଙ୍କୁ ନିର୍ଦେଶ ଦେଇଛନ୍ତି ।ଏହି ଶୁଣାଣି ବେଳେ ଗୁଡାରି ବି ଡି ଓ , ଗୁଡାରି ତହସିଲଦାର ଭାରତୀ ଦେବୀ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ପରାମର୍ଶ ଦାତ୍ରୀ ଜୟଶ୍ରୀ ମହାପାତ୍ର ଗୌରୀ ମହାଙ୍କୁଡ ଉପସ୍ଥିତ ଥିଲେ ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ।