
ହିଞ୍ଜିଳିକାଟୁ୧୭/୦୨(ଜିଲ୍ଲା ଖବର): ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ସର୍ବଶିକ୍ଷା ଅଭିଯାନ ନାଁରେ ସଭିଏଁ ପଢନ୍ତୁ ,ସଭିଏଁ ବଢ଼ନ୍ତୁ ନାରା ଦେଇ ପାଠପଢ଼ା ଉଦ୍ୟମ ଜାରି ରଖିଥିବା ବେଳେ କେଉଁଠି ନା କେଉଁଠି ଅପାରଗତା ସରକାରଙ୍କ ପାରିବାରପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳ ହିଂଜିଳିକୁ ୧ ନଂ କରି ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ସେଣ୍ଟର ଅଫ ଏକ୍ସିଲେନ୍ସ ପାଇଁ ସାମିଲ ଥିବା ସ୍ଥାନୀୟ ପୋୖରାଞ୍ଚଳସ୍ଥିତ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ବିକଳ ଚିତ୍ର ପଦାକୁ ଆସିଛି ।ଆଉ ପିଲାଙ୍କ ପାଠ ପଢ଼ା ବେଳେ କିଛି ଅଘଟଣ ଘଟିଲେ ଦାୟୀ କିଏ ହେବ ,ସେ ନେଇ ପ୍ରଶ୍ନ ସୃଷ୍ଟି କରିଛି ।ସୂଚନା ପ୍ରକାରେ, ଗତ କିଛି ଦିନ ହେବ ହିଂଜିଳି ବୃନ୍ଦାବନ ବିଦ୍ୟାଳୟକୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଆସି ପିଲାଙ୍କ ସହ ଭାବ ବିନିମୟ କରି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସମସ୍ୟା ଉପରେ ପଚାରି ବୁଝି ଫେରିଯା’ନ୍ତି ।କିନ୍ତୁ କାହାରି ଭ…



