
ଆସିକା,୨/୧୦ (ଖିରୋଦ ଚନ୍ଦ୍ର ବେହେରା): କ୍ରିଡା ଓ ଯୁବ ସେବା ବିଭାଗ ଏବଂ ଟାଟା ଷ୍ଟିଲ ଆଡଭେଚଂର ଫାଉଣ୍ଡେସନ ଜାମସେଦପୁରର ମିଳିତ ଆନୁକୁଲ୍ୟରେ ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ୨୦୧୯ ଲେହର ଅନ୍ୟତମ ଆକର୍ଷଣିୟ ଉଚ୍ଚ ଶୃଙ୍ଗ ମାଉଂଟ ଷ୍ଟକ କାଗ୍ରିଂ ପର୍ବତାରୋହଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫରିଥିବା ପର୍ବାତାରୋହଣି ରଚିତା ନାୟକଙ୍କୁ ଆସିକାରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ ପ୍ରଦାନ କରାଯାଇଛି । ଏହି ଅବସରରେ ଆସିକା ବିଜୁ ଛକ ଠାରୁ ଆସିକା ହରିହର ହାଇସ୍କୁଲ ପର୍ଯ୍ୟନ୍ତ ଏକ ବିରାଟ ମୋଟର ସାଇକେଲ ଜରିଆରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ସେଠାରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିକା ଆଥଲେଟିକ ଆସୋସିଏସନ ସଦସ୍ୟ, କ୍ରିଡାବିତ ଦିଲ୍ଲୀପ କୁମାର ପାଣିଗ୍ରାହି, ଏମ.ତାରିଣି ସେନାପତି, ବିନାୟକ ବଜାର ବ୍ୟବସାୟୀ ସଂଘ ସଭାପତିସାଗର ସାବତ, ଦେବକାନ୍ତ ଶର୍ମା, ଦେବାଶିଷ ପଣ୍ଡା ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ମାନବ ସେବା ସମିତି, ଗଞ୍ଜାମ ଜିଲ୍ଲା ଅବସରପ୍ରାପସ୍ତ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।
ଏହାପରେ ଆସିକା ବିିନାୟକ ବଜାରରେ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇ ତାଙ୍କ କଠିନ ପରିଶ୍ରମକୁ ନେଇ ଭୁରି ପ୍ରସଂଶା କରାଯାଇଥିଲା । ବିନାୟକ ବଜାର ବ୍ୟବସାୟୀ ସଂଘ ସଭାପତି ସାଗର ସାବତ ରଚିତାଙ୍କ ସାହାସିକାତା ଏବଂ ଉଚ୍ଚଶୃଙ୍ଗ ପର୍ବାତାରୋହଣ ଚଢିଥିବା ଯୋଗୁଁ ଆସିକାର ଗୈାରବ ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।
ଏହାପରେ ଆସିକା କାଳଷଣ୍ଡପୁର ଠାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ ସମେତ ବହୁ ବୟୋଜ୍ୟୋଷ୍ଟ ବ୍ୟକ୍ତି , ମାନ୍ୟଗଣ ବ୍ୟକ୍ତି ସ୍ୱାଗତ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହାପରେ ଆସିକା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ପର୍ବାତୋରହଣି ରଚିତାଙ୍କୁ ସ୍ୱାଗତ କରି ଭବିଷ୍ୟତରେ ଆହୁରି ଅଧିକ ସଫଳତା ହାସଲ କରିବା ପାଇଁ କହିିଥିଲେ ।



