
ବ୍ରହ୍ମପୁର: ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ଧର୍ମନଗର ସ୍ଥିତ ନିଜସ୍ବ ସଭାଗୃହ ମଧ୍ୟରେ ଆନ୍ତର୍ଜାତୀୟ ରୋଟାରୀ ସଂସ୍ଥାର ପ୍ରତିଷ୍ଠାତା ପଲ୍ ହାରିସ୍ ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଅନାବରଣ ହୋଇଯାଇଛି।ସମଗ୍ର ଦେଶର ବିଭିନ୍ନ ରୋଟାରୀ କ୍ଳବର ନିଜସ୍ବ ଗହରେ ଚଣ୍ଡିଗଡ ରୋଟାରୀ କ୍ଳବର ପୂର୍ବତନ 3090 ଜିଲାର ଗଭର୍ଣ୍ଣର ବାଗ ସିଂହ ପାନୁ ଓ ମନଜିତ୍ ସିଂ ଅତିଥିରୂପେ ଯୋଗଦେଇ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।
କ୍ଳବର ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ କ୍ଳବର ପୂର୍ବତନ ସଭାପତି ପି:ସତ୍ୟନାରାୟଣ ସଂଯୋଜନା କରିଥିବା ବେଳେ କ୍ଳବ ସଂପାଦକ କାମରାଜୁ ମହାରଣା ପ୍ରାରମ୍ବିକ ସୂଚନା ଦେଇଥିଲେ।ପୂର୍ବତନ ସଭାପତି ଅରୁଣ ଚାନ୍ଦ ଦାଶ,ଅଜିତ କୁମାର ପୃଷ୍ଟି,ଅସିତ୍ ଦତ୍ତ,ସୁଧାଂଶୁ ଶେଖର ଖଡଗରାୟ,ପ୍ରଦୀପ ପଟ୍ଟନାୟକ,ଜୟନ୍ତ ପାତ୍ର,ଦେବକାନ୍ତ ପାତ୍ର,ଦୁର୍ଗାଶଙ୍କର ରାଓ ,ଗୌତମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ରୋଟାରୀ କ୍ଳବ ଗୋପାଳ ପୁରର ପ୍ରମୋଦ ପଣ୍ଡା,ବାସୁଦେବ ରାଓ ଏବଂ ବ୍ରହ୍ମପୁର ରୋଟାରୀ କ୍ଳବର ପୂର୍ବତନ ସଭାପତି ପି:କେ:ଆଚାର୍ଯ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।




