Tuesday, November 17, 2026
Home ଆଞ୍ଚଳିକ ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର

ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର

134

ବାଲିଗୁଡା, { ସୁକାନ୍ତ କୁମାର ତ୍ରିପାଠୀ } କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l
ବେଆଇନ ଭାବେ କୁଆଡେ ଗଛ କାଟୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ପଡି ମନୋଜ ଡିଗାଲ ନାମକ ଜଣେ ଗଛ କଟାଳି ଗୁରୁତର ହୋଇଥିବା ଜଣାପଡିଛି lସୂଚନା ଯୋଗ୍ୟ ଯେ ବାଲିଗୁଡା ବୁଡl ଗୁଡା ରୋଡ ପାର୍ଶ୍ୱରେ ସରକାରୀ ଜମି ଉପରେ ଥିବା କୁଆଡେ ଏକ ଗଛକୁ ନୁଆସାହିରେ ରହୁଥିବା ନନ୍ଦ କିଶୋର ପଣ୍ଡା ନାମକ ଜଣେ ଶିକ୍ଷକ ମନୋଜ ଡିଗାଲଙ୍କୁ ଡାକି ଗଛ କଟାଉଥିଲେ l ଶୁଖିଲା ଗଛ ହୋଇଥିବାରୁ ଗଛ ଡାଳ ସହ କଟାଳି ଜଣକ ପ୍ରାୟ ଚାଳିଶ ଫୁଟ ଉଚ୍ଚରୁ ଖସି ପଡି ଗୁରୁତର ହୋଇଥିଲେ l ଗୁରୁତର ମନୋଜକୁଉଦ୍ଧl ର କରି ପ୍ରଥମେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ଅବସ୍ଥା ସଙ୍କଟା ପର୍ଣ୍ଣ ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ରେଫର କରାଯାଇଛି l ଏନେଇ ଶିକ୍ଷକ ନନ୍ଦକିଶୋର ପଣ୍ଡାଙ୍କୁ ପଚାରିବାରୁ ସେ କର୍ପୋରେସନର କର୍ମଚାରୀ ଗଛ କାଟୁଥିଲା ବୋଲି କହିଥିଲେ କିନ୍ତୁ ପରେ ଜଣା ପଡିଥିଲା ଯେ ସେ ନିଜ ଘରକୁ ଲାଗିରହିଥିବା ଏକ ସରକାରୀ ଜମିକୁ ଲାଗି ଘର ନିର୍ମାଣ କରିଥିଲେ ସେଠାରୁ ଉକ୍ତ ଗଛକୁ ହଟାଇବାକୁ ବେଆଇନ ଭାବେ ଜଣକୁ ଡାକି ଗଛ କଟାଉଥିବା ବେଳେ ଏଭ ଳି ଦୁର୍ଘଟଣା ଘଟିଥିଲା l ତେବେ ଏନେଇ ବାଲିଗୁଡା ରେଞ୍ଜର ଉଦିତ ପ୍ରଧାନଙ୍କୁ ପଚାରିବାରୁ ସେ କୌଣସି ଲୋକ ଗଛ କାଟିବା ଲାଗି ବିଭାଗ ପକ୍ଷରୁ କୌଣସି ଅନୁମତି ଦିଆଯାଇନି କିମ୍ବା କୌଣସି ଲୋକ ଅନୁମତି ମାଗିବାକୁ ରେଞ୍ଜ ଅଫିସ କୁ ଆସିନଥିଲେ ବୋଲି କହିଛନ୍ତି ତେବେ ଏନେଇ ସେ ତଦନ୍ତ କରି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି l ସେହିପରି ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି l ହେଲେ ଆହତ କାଠ କଟାଳି ମନୋଜ ଡିଗାଲ କୁ ଆବଶ୍ୟକ କ୍ଷତି ପୁରଣ ଯୋଗାଇ ଦେବା ଲାଗି ଦାବି କରିଛନ୍ତି ପରିବାର ଲୋକେ l
ବେଆଇନ ଭାବେ ସରକାରୀ ଗଛ କାଟୁଥିବା ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି l