
ମୋହନା,୧୫/୦୨(ଏସ୍. ତ୍ରିପାଠୀ) ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଯାଇଛି। ଦେଶରେ ଦିନକୁ ଦିନ ହୁ ହୁ ହୋଇ ଦରଦାମ ବଢିବାରେ ଲାଗିଛି। ପେଟ୍ରୋଲ,ଡିଜେଲ, ଜାଳେଣି ଗ୍ୟାସର ଦରଦାମ ବୃଦ୍ଧି ପାଉଥିବାବେଳେ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ କରିବା ଓ ଆଇନଶୁଙ୍ଗଳା ପରିସ୍ଥିତି ଦିନକୁ ଦିନ ଜଟିଳ ହେବା ପରିପେକ୍ଷୀରେ ମୋହନା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସକାଳ ୭ ଟାରୁ ମଧ୍ୟାହ୍ନ ୧ ଘଣ୍ଟ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା। ଏହାର ପ୍ରଭାବରେ ସ୍ଥାନୀୟ ବ୍ଳକ୍ର ଲୁହାଗୁଡ଼ି, ମୋହନା, ଚନ୍ଦ୍ରଗିରି,ଚାନ୍ଦିପୁଟ ,ଅତ୍ବା ଆଦି ଅଞ୍ଚଳରେ ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବ୍ୟାଙ୍କ,ପେଟ୍ରୋଲ ପମ୍ପ ବନ୍ଦ ରହିବା ସହ ୩୨୬ ଓ ୩୨୬(ଏ) ଜାତୀୟ ରାଜପଥରେ ଚକା ଅଖ ବନ୍ଦ ଯୋଗୁ ଯାନ ବାହାନ ଚଳପ୍ରଚଳ କରି ପାରିନଥିଲା I ବନ୍ଦର ପ୍ରଭାବ ମୋଟାମୋଟି ଭାବେ ମୋହନା ବ୍ଳକରେ ପ୍ରତିଫଳିତ ହୋଇଛି। ଲୋକେ ସ୍ଵତଃପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ କରିଛନ୍ତି। ଏଣୁ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ ସମସ୍ତ ଅଞ୍ଚଳବାସୀଙ୍କୁ ସାଧୁବାଦ ଜଣାଇଁଛନ୍ତି। ଏହି ବନ୍ଦପାଳନରେ ଚନ୍ଦ୍ରଗିରି ଜୋନ ସଭାପତି ନିର୍ମଳ ଜୁମାର ପାଲ, ଅଡବା ଜୋନ ଜିଲ୍ଲା ପରିଷଦ ସଭ୍ୟ ବାଳକୁଷ୍ଣ ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ଶଙ୍କର ପ୍ରଧାନ, ଜୁନେଶ ଶବର, ଟିଟି ମଳିକ, ରମାକାନ୍ତ ମଳିକ, ଦାଉଦ ମଳିକ, ଲରେନସ ନାୟକ, ଜୁଏଲ ମାଝୀ, ରମାକାନ୍ତ ବିଷୋୟୀ, ରମେଶ ଚନ୍ଦ୍ର ବିଷୋୟୀ, ମାର୍କଣ୍ଡ ଭୂୟାଁ ଆଦି ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ ।



