
ବାଲିଗୁଡା,{ ସୁକାନ୍ତ କୁମାର ତ୍ରିପାଠୀ } : କେନ୍ଦ୍ର ବି.ଜେ.ପି ସରକାର ଦ୍ୱାରା ପେଟ୍ରୋଲ,ଡିଜେଲ, ଇନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ଅତିଷ୍ଟ ଜନସାଧାରଣଙ୍କ ସ୍ୱାର୍ଥରେ ଓଡିଶା ପ୍ରଦେଶ କଂଗ୍ରେସ ଆହ୍ୱାନରେ ତା -15.02.2021 ସୋମବାର ଦିନ ବାଲିଗୁଡା P. W.D ଛକ ଠାରେ କଂଗ୍ରେସର ଚକାଜାମ୍ ଡାକରା ଦିଆ ଯାଇଛି । ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବନ୍ଦ ପାଳନ ପାଇଁ କଂଗ୍ରେସ ଦଳ ଆହ୍ୱାନ ଦେଇଛି । ତେବେ ବନ୍ଦର ପ୍ରଭାବ ମଧ୍ୟ ବାଲିଗୁଡା ଠାରେ ଦେଖିବାକୁ ମିଳିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ବାଲିଗୁଡା ଠାରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି l କନ୍ଧମାଳ ଜିଲ୍ଲା ସହ ସହରର ସବୁ ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୭ ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ବନ୍ଦ୍ ପାଳନ କରାଯାଉଛି l ବାଲିଗୁଡା ଠାରେ ଆମ୍ବୁଲାନ୍ସ ଓ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜ଼ାର , ସ୍କୁଲ୍, କଲେଜ ,ସରକାରୀ ଅଫିସ, ଭାରି ଯାନ ବାହାନ ଚଳାଚଳ ବନ୍ଦର ପ୍ରଭାବ ପଡିଥିଲା | ନଗର କଂଗ୍ରେସ ତରଫରୁ ସଭାପତି ଶ୍ରୀ ସ୍ପପ୍ନେଶ୍ୱର ସାହୁ , କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ୍ ଆଚାର୍ଯ୍ୟ , ବରିଷ୍ଠ କଂଗ୍ରେସ ନେତା ବଳରାମ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।





