
ସୁନ୍ଦରଗଡ,୧୫/୦୨(ଜିଲ୍ଲା ଖବର) : ଦୀର୍ଘ ଚାଳିଶ ବର୍ଷ ପରେ ସୁନ୍ଦରଗଡ଼ରେ ଅନୁଷ୍ଠିତ ହୋଇଥିଲା ସମ୍ମାନଜନକ ଫୁଟବଲ୍ ପ୍ରତିଯୋଗିତା ସାହାଣୀ କପ୍। ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଫାଇନାଲ ମ୍ୟାଚରେ କଟକ ଭଳି ଶକ୍ତିଶାଳୀ ଦଳକୁ ଭେଟି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ଟାଇ ବ୍ରେକର ରେ ୪-୨ରେ ପରାସ୍ତ କରି ବିଜେତା ହୋଇଥିଲା। ଗତ ବର୍ଷ ମଧ୍ୟ ସୁନ୍ଦରଗଡ଼ ଚାମ୍ପିଅନ ହୋଇଥିଲା। ଏହି ଅବସରରେ ଗତ କାଲି ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ବିଜେତା ଦଳକୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାର ଘୋଷଣା କରିଥିଲେ। ଆଜି ସେହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳି,ପ୍ରଶିକ୍ଷକ ଓ ପ୍ରବନ୍ଧକ ଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଜିଲ୍ଲା କ୍ରୀଡ଼ା ସଂସଦ କୁ ଅଶେଷ ଅଭିନନ୍ଦନ ଜଣାଇଥିଲେ ଓ ଘୋଷିତ ପୁରସ୍କାର ରାଶିକୁ ଖେଳାଳୀମାନଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ଉପସଭାପତି ପୌଷଚନ୍ଦ୍ର ପଟେଲ୍,ସଦସ୍ୟ ଶିଶିର ପଟେଲ୍,ରୋମାଞ୍ଚ ଭାଇଂସାଲ୍,ସୁରଜ୍ ଭାଇଂଶାଲ୍,ଆଶିଷ ଦେ,ପ୍ରଶାନ୍ତ ପଟେଲ୍,ଅଜୟ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ। ଫୁଟବଲ୍ ସମ୍ପାଦକ ନିତ୍ୟ କୁମାର ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଦସ୍ୟ ବିଶ୍ବରଂଜନ ହୋତା ମଞ୍ଚ ପରିଚାଳନା କରିଥିଲେ।
ବିଶ୍ବରଂଜନ ହୋତା,
ସୁନ୍ଦରଗଡ଼



