
ଆସିକା,୨/୧୦ (ଖିରୋଦ ଚନ୍ଦ୍ର ବେହେରା): ଆସିକା ମାନବ ସେବା ସମିତି ପକ୍ଷରୁ ୧୫୦ ତମ ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ସବଜେଲ ଠାରେ ଫଳ ବଟଂନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାନବ ସେବା ସମିତିର ଗୋପବନ୍ଧୁବାଦି ତଥା ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉପଦେଷ୍ଟା ପ୍ରଦିପ କୁମାର ପାଣିଗ୍ରାହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।




ଏହି କାର୍ଯ୍ୟକ୍ରମରେ ଆସିକା ସବଜେଲର ଚିତରଞ୍ଜନ ସାହୁ, ପତଞ୍ଜଳି ଯୋଗ ସମିତି ସଦସ୍ୟ ମଧୁସୁଦନ ପରିଡା, ବୁଲୁ ପାଣିଗ୍ରାହି ସମେତ ବହୁ ଯୁବକ କାର୍ଯ୍ୟକ୍ରମରେ ଯୋଗ ଦେଇ କଏଦି ମାନଙ୍କୁ ଫଳବଟଂନ କରିଥିଲେ । ଏହି ଅବସରରେ ଆସିକା ସବଜେଲ କଏଦୀ ମାନେ ବିଭିନ୍ନ କିଷମର ଔଷଧୀୟ ଗଛ ମାନବ ସେବା ସମିତିକୁ ପ୍ରଦାନ କରିଥିଲେ । ଏହା ସହିତ ସବଜେଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା ।



