
ବେଗୁନିଆପଡା,୧୪/୦୨(ଜିଲ୍ଲା ଖବର) : ପୁରା ଭାରତବର୍ଷ ପୁଲୱାମା ସହୀଦଙ୍କ ସ୍ମୃତିଚାରଣ କରୁଥିବା ସମୟରେ ଭୁବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଅଭିଷେକ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଯୁବମୋର୍ଚାର କାର୍ଯ୍ୟକର୍ତ୍ତା ମାନେ ବୀର ଓଡ଼ିଆ ଜାତିର ପରିଚୟ ପାଲଟିଥିବା ସହୀଦ ମନୋଜ କୁମାର ବେହେରାଙ୍କ ବାସଭବନରେ ତାଙ୍କ ପରିବାରବର୍ଗଙ୍କୁ “ଅମର ସହୀଦ ସମ୍ମାନ” ସମ୍ମାନିତ କରିବା ତଥା ତାଙ୍କ ପିତାମାତାଙ୍କ ପଦଧୌତ କରି ଆମ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି |ହେଲେ ଏଭଳି ଦିନରେ ସହିଦଙ୍କ ବଳିଦାନକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର।ଭୁବନେଶ୍ବର ଯୁବମୋର୍ଚା ର ଏଭଳି ମହତ କାର୍ଯ୍ୟ ଓଡିଶାରେ ପ୍ରଥମ ଯାହାକି ଯୁବଗୋଷ୍ଟିକୁ ପ୍ରେରଣା ଯୋଗାଇଛି।
ଏହି ମହତ କାର୍ଯ୍ୟ ପାଇଁ ଭୁବନେଶ୍ବର ଯୁବମୋର୍ଚାର କାର୍ଯ୍ୟକତ୍ତା ମାନଙ୍କୁ ସବୁ ମହଲରୁ ସାଧୁବାଦର ସୁଅ ଛୁଟିବାରେ ଲାଗିଛି।











