
ରାୟଗଡା,{ପ୍ରସନ କୁମାର ପଣ୍ଡା}: ରାୟଗଡା ଜିଲ୍ଲାରେ ଚାଲିଛ ବେଧଡ଼କ ନକଲି ପାଣି ବିକ୍ରି ନା ଅଛି ଜିଲ୍ଲାପ୍ରଶାସନ ର ତାଗିଦ ନା ଅଛି ଲଗାମ ବିନା ଲାଇସେନ୍ସ ରେ କିଛି ଅସାଧୁ ବ୍ୟବସାୟୀ ବ୍ରାଣ୍ଡେଡ ପାଣି ବିକ୍ରି କରୁଥିବା ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଗୁଣୁପୁର ଉପଖଣ୍ଡ ର ଦୁଇଟି ଲାଇସେନ୍ସ ପ୍ରାପ୍ତ ପାଣି ବ୍ୟବସାୟୀ ରାୟଗଡା ଜିଲ୍ଲାରେ 7 ଟି ଲାଇସେନ୍ସ ପ୍ରାପ୍ତ ପାଣି ବିକ୍ରେତା ଥିବା ବେଳେ ଗୁଣୁପୁର ରେ ସର୍ବାଧିକ ତିନୋଟି ଲାଇସେନ୍ସ ପ୍ରାପ୍ତ ପାଣି ବ୍ୟବସାୟୀ ଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ନକଲି ପାଣି ବ୍ରାଣ୍ଡେଡ ପାଣି ବ୍ୟବସାୟୀ ଙ୍କ
ଅବିକଳ ନକଲ କରି ଜିଲ୍ଲାପ୍ରଶାସନ ର ଜାଣତ ରେ ବିକ୍ରି କରୁଥିବା ଏକ ସଂଗୀନ ଅଭିଯୋଗ କରିଛନ୍ତି ଏବଂ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କୁ ଏ ବାବଦ ରେ ଜଣାଇଛନ୍ତି ଉପଜିଲ୍ଲାପାଳ ଜେ ସୋନାଲ ତୁରନ୍ତ ଏ ବାବଦରେ ଏକ କମିଟି ଜରିଆରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି ଅଭିଯୋଗକାରୀ ଲାଇସେନ୍ସ ପ୍ରାପ୍ତ ବିକ୍ରେତା ଜଗଦୀଶ ଚୌଧୁରୀ ଏବଂ ଏ ଅନୁରାଧା ଏକ ସାମ୍ବାଦିକ ସମ୍ମିଳନୀ ରେ ଉଭୟେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏଭଳି ଅସାଧୁ ବ୍ୟବସାୟୀ ଙ୍କ ଦ୍ୱାରା କ୍ଷତି ସହୁ ଥିବା ବେଳେ ନକଲି ପାଣି ଯୋଗୁଁ ଲୋକଙ୍କ ଜୀବନ ବିପନ୍ନ ଥିବା ଜଣାଇଛନ୍ତି।



