
ବିଷମକଟକ,{ପ୍ରସନ କୁମାର ପଣ୍ଡା}:ରାଜ୍ୟସରକାର ଉତ୍ତମ ଶିକ୍ଷାବ୍ୟବସ୍ଥା ପାଇଁ ପ୍ରତିଟି ମୁହୂର୍ତ୍ତରେ ଧ୍ୟାନ ଦେଉଥିବା ବେଳେ , କିଛି ଅସାଧୁ ସରକାରୀ ବାବୁ ମାନଙ୍କ ପାଇଁ ଅନେକ ଜାଗାରେ ଲୁଟ ଓ ହେରାଫେରି ଦେଖିବାକୁ ମିଳୁଛି । ଠିକ ସେମିତି ଏକ ପୁରୁଣା ଓ ଅବହେଳିତ କୋଠା କୁ ସାଧାରଣରେ ସଜାଡି ରଙ୍ଗ ଦେଇ ପ୍ରାୟ 2ଲକ୍ଷ ଟଙ୍କା ହେରଫେର ହେବାର ଦେଖିବାକୁ ମିଳିଛି , ଓ ଅଭିଯୋଗ ବି ହେଉଛି। ଉକ୍ତ ଘଟଣାଟି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ର ହାଟମୁନିଗୁଡା ଗ୍ରାମର ଉଚ ପ୍ରାଥମିକ ବିଦ୍ୟାଳୟରେ ।
ଅର୍ଥିକବର୍ଷ 20-21 ରେ ବିଦ୍ୟାଳୟରେ ସରକାରଙ୍କ ଦେୟ ରେ ଉତ୍ତମ ଭୋଜନ ସହିତ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଡାଇନିଂ ହଲ ନିମନ୍ତେ ଅଟକଳ ମୂଲ୍ୟ 5,86,633 ଟଙ୍କା ବ୍ୟୟ ବରାତ ହୋଇଥିଥିଲା , ହେଲେ ଦୁର୍ଭାଗ୍ୟର କଥା ଏହାକୁ ପଂଚାୟତ ନିର୍ବାହୀ ଅଧିକାରୀ ଓ ରୋଜଗାର ସେବକ ମହାଶୟ ନିଜେ ଅତି ନିମ୍ନମାନର କାମ ସହିତ ପୁରୁଣା କୋଠା କୁ ମରାମତି କରି ରଙ୍ଗବେରଙ୍ଗ ର ଚିତ୍ରକଳା କରି ସାଧାରଣ ଲୋକ ଙ୍କୁ ଭୁଆଁ ବୁଲାଇ ଅର୍ଥ ହଡପ କରିଥିବା ଘଟଣା ଜିଲ୍ଲା ଖବର ପ୍ରଥମେ ପ୍ରଶାରଣ ହେବାପରେ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ତଦନ୍ତ ର ନିର୍ଦ୍ଦେଶ ଦେଲେ ରାୟଗଡ଼ା ଜିଲ୍ଲା ପାଳ। ଅତିନିମ୍ନମାନର କାମ କୁ ବହୁନିନ୍ଦା କୁ ବେଖାତିର କରି ଚାଲିଛନ୍ତି । ପ୍ରକାଶ ଥାଉ କି କେବଳ ନୀଳ ଟିଣ ଲଗାଇ ନିମ୍ନକାମ କୁ ଲୋଭନୀୟ ଭଳି ଦର୍ଶାଇ ବହୁ ଅର୍ଥ ହଡପ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବି ନିରୀହ ଶିଶୁମାନଙ୍କ ଭାବିଷ୍ୟତ୍ ସହିତ ଖେଳ ଖେଳିବା କେତେ ଯଥାର୍ଥ ବଡ଼ ପ୍ରଶ୍ନ ଉଠୁଛି । ଏହି ବିଷୟରେ ବାରମ୍ବାର ଖବର ପ୍ରଶାରଣ ହେବାପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ର ଆଦେଶ ଦେଲେ ରାୟଗଡା ଜିଲ୍ଲା ପାଳ।




