Thursday, November 12, 2026
Home ଆଞ୍ଚଳିକ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ

ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ

88

ଶେରଗଡ,୧୩/୦୨(ଜିଲ୍ଲା ଖବର) : ବହୁ ଦିନର କରୋନା କଟକଣା ପରେ ସମୟ ଅନୁକ୍ରମରେ ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଏକ ଗୁରୁତର ପଦକ୍ଷେପ ନେବା ସହ ଆଗାମୀ ଦିନରେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ସିଲାବସ୍ ପ୍ରଚଳନ କରିଛନ୍ତି । ଏହା ଯେଉଁ ଭଳି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ପାରିବ ଏବଂ ଛାତ୍ରଛାତ୍ରୀ ମାନେ ଏହାର ଉପଯୁକ୍ତ ଲାଭ ଉଠାଇପାରିବେ ସେଥି ପ୍ରତି ଦୃଷ୍ଟିକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଚିଠି ନଂ ୧୨୩୫ ପ୍ରକାରରେ ଆଜି ଶେରଗଡ ବ୍ଲକ ର ଧବଳ ପୁର ଓ ନରେନ୍ଦ୍ରପୁର ସରକାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଥିଲା।ସକାଳ ୧୧ ଘଣ୍ଟ ସମୟରେ ଚଳିତ ଶିକ୍ଷା ବର୍ଷ ୨୦୨୦-୨୧ ରେ ଅଧ୍ୟୟନ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ର ବାର୍ଷିକ ହାଇସ୍କୁଲ ପରୀକ୍ଷା ପାଇଁ ପ୍ରାକ ପ୍ରସ୍ତୁତି ନିମନ୍ତେ ଏବଂ ପରୀକ୍ଷା ରେ ଭଲ ନଂ ରଖି ସଫଳତା ହାସଲ କରିବା ଥିଲା ବୈଠକର ମୂଳ ଲକ୍ଷ୍ୟ ଥିଲା। ସଭା ରେ ଅଭିଭାବକ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦିତା ଦାଶ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ରାଉତ ଏବଂ ଅନ୍ୟ ସହ ଶିକ୍ଷକ ଉପସ୍ଥିତ ଥିଲେ। ସେହି ଭଳି ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ କାଯ୍ୟରତ ପ୍ରଧାନ ଶିକ୍ଷକ ଜଗନ୍ନାଥ ମହାପାତ୍ର, ଜୟନ୍ତୀ ପାତ୍ର ମାନସୀ ସେଠି, ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ର ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ସହ ଶିକ୍ଷକ ଓ ଅଭିବାକ ରହି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିକରିଥିଲେ।