
ଜଟଣୀ,୧୩/୦୨/୨୦୨୧{ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର}:ଚଳିତ ବର୍ଷଲାଗି ଆସନ୍ତାମାର୍ଚ୍ଚ ମାସରେ ହେବାକୁଥିବା ବିଶ୍ୱକର୍ମା ମହାସଂଘ ଓଡିଶା ସଂଗଠନର ମହାସଭାପାଇଁ ଏକ ପ୍ରସ୍ତୁତି ବୈଠକ ଜଟଣୀବ୍ଲକ ମୁଣ୍ଡଳଗ୍ରାମରେ ଆୟୋଜିତ ହୋଇଯାଇଛି । ବିଶ୍ୱକର୍ମା ମହାସଂଘର ରାଜ୍ୟସଭାପତି ଗୈାତମ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୂଖ୍ୟ ଅତିଥୀଭାବେ ପୁରୀଜିଲା ବିଶ୍ୱକର୍ମା ମହାସଂଘର ଉପଦେଷ୍ଟା ଲିଙ୍ଗରାଜ ମହାରଣା ଯୋଗଦେଇଥିଲେ । ଏନେଇ ଚଳି୍ତବର୍ଷ ବିଶ୍ୱକର୍ମା ମହାସଂଘର ମହାସଭା ଜାକଜମକ ମଧ୍ୟରେ କିପରି ହୋଇପାରିବ, ସେନେଇ ଆଲୋଚନା କରାଯାଇଥିଲା ।
୨୦୨୧ର ମହାସଭାଲାଗି ଆସନ୍ତା ମାସ ମାର୍ଚ୍ଚ୧୪ ତାରିଖ ରବିବାର ତିଥୀରେ କରିବାଲାଗି ବୈଠକରେ ନିଷ୍ପତି ନିଆଯାଇଥିଲା । ବିଶ୍ୱକର୍ମା ମହାସଂଘ ଦ୍ୱାରା ସମାଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକରାଯିବାଲାଗି ଆଲୋଚନାରେ ସ୍ଥିର କରାଯାଇଥିଲା । ଏଥି ସହିତ ମୁଣ୍ଡଳଗ୍ରାମର କମଳ କୁମାର ଓଝାଙ୍କୁ ସଭାପତିରୁପେ ଚୟନ କରାଯାଇଥିଲା ବେଳେ ପୁରୀ ବିଶ୍ୱକର୍ମା ମହାସଭାର ଉପଦେଷ୍ଟା ଲିଙ୍ଗରାଜ ମହାରଣାଙ୍କୁ ସଂଗଠନର ଉପଦେଷ୍ଠାଭାବେ ବିବେଚିତ କରାଯାଇଥିଲା । ଏହି ଅବସରରେ ସଂଘର ନୂତନ ଉପଦେଷ୍ଟା ଲିଙ୍ଗରାଜ ମହାରଣା ଏବଂ ଲକ୍ଷ୍ମିପ୍ରିୟା ମହାରଣାଙ୍କୁ ମାନପତ୍ର ଓ ଉତରୀୟଦେଇ ସମର୍ଦ୍ଧିତ କରାଯାଇଥିଲା ।
ଉପସ୍ଥିତ ବିଶ୍ୱକର୍ମାର ସମସ୍ତ ସଭ୍ୟମାନଙ୍କୁ ପ୍ରମୁଖ ସଂରଜାମ କରତ ପ୍ରଦାନ କରାଯାଇଥିବା ବେଳେ ବିଶ୍ୱକର୍ମା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀ,ଭୂବନେଶ୍ୱର ଓ ଖୋର୍ଦ୍ଧାବ୍ଲକର ବିଶ୍ୱକର୍ମା ସଂଗଠନର କମକର୍ତାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କମଳ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।




