
ହିଞ୍ଜିଳିକାଟୁ,୧୩/୦୨(ଜିଲ୍ଲା ଖବର) : ସମସ୍ତେ ପଢନ୍ତୁ, ସମସ୍ତେ ବଢ଼ନ୍ତୁ ।ସର୍ବଶିକ୍ଷା ଅଭିଯାନରେ ପିଲା ବିଦ୍ୟାଳୟ ପ୍ରତି କିଭଳି ଆକୃଷ୍ଟ ହେବେ,ସେ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି ।ଅନ୍ୟପଟେ ଶିକ୍ଷା ବିଭାଗ ମୋ ସରକାରରେ ସାମିଲ ହୋଇଛି ; କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ହିଂଜିଳିରେ ପ୍ରତୀକାତ୍ମକ ଚିତ୍ର ଆପଣଙ୍କ ସାମ୍ନାରେ ।ପ୍ରକାଶ ଥାଉ କି , ରାଜ୍ୟ ସରକାର ୫ଟି ଡେଙ୍ଗୁରା ପିଟୁଥିବା ବେଳେ ସମୟାନୁବର୍ତ୍ତିତା କିଭଳି ଭୁଲିଗଲେ,ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ହିଂଜିଳି ମୁନିସିପାଳିଟିର ଅଧିକାଂଶ ବିଦ୍ୟାଳୟ ଦିନ ୧୦ ବଦଳରେ ୧୧ଟା ଯାଏଁ ବିଦ୍ୟାଳୟ ବନ୍ଦ ଚିତ୍ର ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।ମହାମାରୀ କରୋନା ସକାଶେ ଦୀର୍ଘ ୯ ମାସ ବିଦ୍ୟାଳୟ ବନ୍ଦ ଥିଲେ ସ୍ଥିତିରେ ବର୍ତ୍ତମାନ ସୁଧାର ଆସିଛି ।ଗଣଶିକ୍ଷା ବିଭାଗ ନିର୍ଦ୍ଦେଶାନୁସାରେ ,ଗତମାସ ଠୁ ଶିକ୍ଷକ,ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ କିନ୍ତୁ ପ୍ରାଥମିକ ବିଦ୍ୟାଳୟ ପଢ଼ୁଥିବା ଛାତ୍ରଛାତ୍ରୀ ଆସିବେ ନାହିଁ ବୋଲି ନୋଟିସ ଜାରି କଲେ ।ଏହା ସତ୍ତ୍ୱେ ଅଧିକାଂଶ ବିଦ୍ୟାଳୟ ବିଳମ୍ବରେ ଖୋଲିବା ଘଟଣାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଗତକାଲି ଉଦଘାଟନ ଉତ୍ସବରେ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ହିଂଜିଳିକୁ ୧ ନଂ କରିବାକୁ ଚେଷ୍ଟା କରୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନର ତାଲା ଝୁଲିବା ଘଟଣା ଉପହାସ ଭଳି ମନେ ହେଉଛି ।ତେବେ ଏ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ କହିଥିଲେ,କିଛି ବିଦ୍ୟାଳୟର ଅଭିଯୋଗ ମୋ ପାଖେ ପହଞ୍ଚିଛି ।ତଦନ୍ତ ହେବ , ଯିଏ ବି ବିଶୃଙ୍ଖଳା କରିଥିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।
ରଜନୀକାନ୍ତ ପାତ୍ର ହିଂଜିଳି କାଟୁ


