

ଆସିକା,୨/୧୦(ଖିରୋଦ ଚନ୍ଦ୍ର ବେହେରା): ୧୫୦ ତମ ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ପାଳନ କରାଯାଇଥିବା ବେଳେ ଆସିକା ବିଜେପି ପକ୍ଷରୁ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଜେପି ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ପଦଯାତ୍ରା ପୂର୍ବତନ ବିଧାୟକ ଦେବରାଜ ମହାନ୍ତିଙ୍କ ବାସଭବନରୁ ବାହାରି ସହର ପରିକ୍ରମା କରିବା ସହି ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ଥ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା ।

ଆସିକା ହାଟପଦା ସ୍ଥିତ ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଆସିକାର ୧,୨,୩, ୧୧,୧୨,୧୩ ୱାର୍ଡରେ ଏକ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ଗାନ୍ଧି ଚେତନା ଓ ବିଚାରଧାରାକୁ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ପଦଯାତ୍ରା ୧୫ ଦିନ ଧରି ଚାଲୁ ରହିବା ନେଇ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ପଦଯାତ୍ରାରେ ଗାନ୍ଧୀଙ୍କ ବାର୍ତା ସ୍ୱଦେଶୀ, ସ୍ୱଚ୍ଚତା, ସ୍ୱରାଜ, ସ୍ୱାବଲମ୍ବୀ,ସରଳ ଜୀବନ ଯାପନ,ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନତା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଅନିତା ପ୍ରିୟଦର୍ଶନୀ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ତଥା ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାଶ, ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବରାଜ ମହାନ୍ତି, ବିଜେପି ନେତା ମହେଶ ମହାନ୍ତି, ବିଜେପି ନେତା ଅରୁଣ ପଣ୍ଡା, ଦୁର୍ଗା ଚରଣ ପଟ୍ଟନାୟକ, ନାରାୟଣ ବେହେରା, ନାରାୟଣ ହୋତା, ଅଭିମନ୍ୟୁ ରାଉତ, ସୁରେନ୍ଦ୍ର ଦଳାଇ, ସନ୍ତୋଷ ପୋଲାଇ, ସନ୍ତୋଷ ନାୟକ, ରବିନ୍ଦ୍ର ନାଥ ପୋଲାଇ,ଦେବକାନ୍ତ ଶର୍ମା, ଦେବାଶିଷ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଫୁଲ ବିଷୋୟୀ ପ୍ରସନ୍ନ ସ୍ୱାଇଁ, ସଞ୍ଜୟ ଗୈାଡ,ବିଦ୍ୟାନ୍ତ ଚର୍ଚ୍ଚି ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହ ଯୋଗ କରିଥିଲେ ।




