Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଆଇଆଇଟି ଭୁବନେଶ୍ୱର ର ତ୍ରୟୋଦଶତମ ସ୍ଥାପନା ଦିବସ ପାଳିତ

ଆଇଆଇଟି ଭୁବନେଶ୍ୱର ର ତ୍ରୟୋଦଶତମ ସ୍ଥାପନା ଦିବସ ପାଳିତ

54

ଜଟଣୀ,{ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର}:ଜଟଣୀ ଅରଗୁଳ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ର ତ୍ରୟୋଦଶତମ ସ୍ଥାପନା ଦିବସ ଏହାର ନିର୍ଦ୍ଦେଶକ ପ୍ରଫେସର୍ ରତ୍ନମ ଭି ରାଜକୁମାର ଙ୍କ ଅଧ୍ୟକ୍ଷତାରେ କମ୍ଯୁନିଟି ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ର ଅଧ୍ୟକ୍ଷ ଡ ଜି ସତୀଶ ରେଡି ଭିଡିଓ କନଫରେନ୍ସ ମାଧ୍ୟମରେ ଉପସ୍ଥିତ ରହି କରୋନା ମହାମାରୀ ସମୟରେ ଯେଉଁ ଭଳି ଭାବେ ଏତେ ବଡ଼ ଶିକ୍ଷାନୁଷ୍ଠାନ କୁ ସୁ ପରିଚାଳନା କରାଯାଇଛି ତଥା ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ଶିକ୍ଷାକ୍ଷେତ୍ରରେ ସଫଳତାର ସିଢି ଚଢ଼ି ପାରୁଛନ୍ତି ସେ ବାବଦରେ ଶ୍ରୀଯୁକ୍ତ ରେଡୀ ସନ୍ତୁଷ୍ଟି ବ୍ୟକ୍ତ କରିବା ସହିତ ନିର୍ଦ୍ଦେଶକ ଶ୍ରୀ ରାଜକୁମାର ଙ୍କ ଭୂମିକାକୁ ପ୍ରଶଂସା କରିଥିଲେ l

ଏହି ପରିପ୍ରେକ୍ଷୀରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅତୁଳନୀୟ ଭୂମିକା ପାଇଁ ଡ ଶ୍ରୀନିବାସ ପିନି ସେଟି, ଡ ନିର୍ମଲେଦୁ ଆଚାର୍ଯ୍ଯ, ଡ ଅନୁପ ଥୋମାସ୍, ଡ ରାଜକୁମାର ଗୁଡୁରୁ, ଏବଂ ରିସର୍ଚ୍ଚ କ୍ଷେତ୍ରରେ ଡ ଭି ଆର୍ ପେଡ଼ି ରେଡି, ଡ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଡ ବେଣୁ ଗୋପାଳ ଆରୁ ମୁରୁ, ସେହିପରି କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଡ ଶାନ୍ତନୁ ପାଲ୍, ଡ ବାରାଥରାମ୍ ରାମ୍ କୁମାର, ଡ ଶ୍ରୀନିବାସ ଭାସ୍କର କlରଙ୍କି, ଏତଦ୍ ବ୍ୟତୀତ ଆଇଆଇଟି ର କର୍ମଚାରୀ ଚନ୍ଦ୍ର ଭାଦେ, ପ୍ରସନ୍ନ କୁମାର ଦାସ, ଗଗନଦୀପ କୌର୍ ମକର, ସୁହାନା ପରୱିନ, ପ୍ରଦୀପ କୁମାର ପଟ୍ଟନାୟକ ଏବଂ ତପନ କୁମାର ମହାପାତ୍ର ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଆର୍ କେ ପଣ୍ଡା, ପ୍ରଫେସର ସୁଜିତ୍ ରାୟ, ପ୍ରଫେସର ଭି ଆର୍ ପେଡ଼ି ରେଡୀ, ପ୍ରଫେସର ପ୍ରଭାସ ରଞ୍ଜନ ସାହୁ, ପ୍ରଫେସର ବ୍ରହ୍ମା ଦେଓ, ପ୍ରଫେସର ପି ଭି ସତ୍ୟମ୍, ପ୍ରଫେସର ଆର୍ ଜି ଶାସ୍ତ୍ରୀ, କୁଳପତି ସୁବୋଧ କୁମାର ଓ ଡ ଶଙ୍କର୍ଷଣ ମହାପାତ୍ରଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଶେଷରେ ଡିନ୍ ପ୍ରଫେସର ସରୋଜ କୁମାର ନାୟକ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସlଙ୍ଗ ଘୋଷଣା କରିଥିଲେ l