
ବିଷମକଟକ,{ପ୍ରସନ କୁମାର ପଣ୍ଡା): ଦଶଦଫା ଦାବି ସହ କେନ୍ଦ୍ର ସରକାର ତୁରନ୍ତ କୃଷି ବିଲ ପ୍ରତ୍ୟାହାର ଦାବି ରେ ରାୟଗଡା ଜିଲ୍ଲା ସି ପି ଆଇ ଏମ ଏଲ ଏବଂ ଅଖିଳ ଭାରତ କୃଷକ ସଙ୍ଘ ତରଫରୁ ଏକ ବିରାଟ ଶୋଭାଯାତ୍ରା ରେ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ରୁ ଶତାଧିକ ଆଦିବାସୀ ପୁରୁଷ ଏବଂ ମହିଳା କେନ୍ଦ୍ରୀୟ ସମ୍ପାଦକ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିବା ସହ ଧାରଣା ରେ ବସିଥଲେ |
ସେମାନେ କେନ୍ଦ୍ର ସରକାର ତୁରନ୍ତ କୃଷି ବିଲ କୁ ପ୍ରତ୍ୟାହାର କରିବା ସହ ବିଭିନ୍ନ ସମସ୍ୟା ର ଦଶଦଫା ଦାବି ଉପରେ ଏକ ଦାବି ପତ୍ର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ଗୁଡାରି ଏବଂ ଗୁଣୁପୁର ପୌର ପରିଷଦ ର ବିଭିନ୍ନ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଜରିଆରେ ଏନ ଦାବି ପତ୍ର ପ୍ରଦାନ କରିଥିଲେ ଯଦି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାସନ ସେମାନଙ୍କ ଦାବି ଉପରେ କୌଣସି ଗୁରୁତ୍ୱ ନ ଦିଅନ୍ତି ତେବେ ସେମାନେ ଆଗାମୀ ଦଶ ଦିନ ପରେ ଉଭୟ ଗୁଡାରି ଏବଂ ଗୁଣୁପୁର ର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟଳୟ କୁ ବନ୍ଦ କରିବା ସହ ରାଜରାସ୍ତା ରେ ଆନ୍ଦୋଳନ କରିବାକୁ ଖୋଲା ଚେତାବନ ଦେଇଛନ୍ତି ତ୍ରିପତି ଗମାଙ୍ଗ ଗୁଣୁପୁର ପୋଲିସ ସୁରକ୍ଷା ଦୃଷ୍ଟି ରୁ ବ୍ୟାପକ ପୋଲିସ ମୃତୟନ କରିଥିଲେ ।



