
ବିଷମକଟକ,{ପ୍ରସନ କୁମାର ପଣ୍ଡା}: ଗୁଣୁପୁର ଜନ ସଂଘର ପ୍ରତିଷ୍ଠାତା ପରମ ପୂଜ୍ୟ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ପବିତ୍ର ପୁଣ୍ୟ ତିରୋଧାନ ତିଥିକୁ ସମର୍ପଣ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁର ତ୍ରିପଥୀ ମନ୍ଦିର ପରିସରରେ ବିଜେପି ପକ୍ଷରୁ ସମର୍ପଣ ଦିବସ ପାଳନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟାୟଙ୍କ ତ୍ୟାଗ ଓ ସେବା ମନୋଭାବ ସମ୍ପର୍କରେ ଆଲୋଚନା କରାଯିବା ସହ ସମସ୍ତ କର୍ମୀ ନେତା ମାନେ ସମର୍ପଣ ଭାବନାକୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ଗିରିଧର ଗମାଙ୍ଗ, ବିଜେପି ନେତା ୱlଇ ଗଣପତି, ନଗର ସଭାପତି ଶ୍ରୀନିବାସ ସ୍ବାଇଁ, ରବି କୁମାର ଗମାଙ୍ଗ , ଉଦୟ ପାଢ଼ୀ, ପୃଥ୍ୱୀରାଜ ପାଢ଼ୀ, ସୁଜାତା ପଟ୍ଟନାୟକ, ଲକ୍ଷ୍ମୀ ଶ୍ରୀରାମ, ଫାଲଗୁନି ଶବର, ଗାଦେ ଶବର, ବି. ଏନ. ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।




