Monday, November 16, 2026
Home ଜିଲ୍ଲା କନ୍ଧମାଳ ମା ଛେଉଣ୍ଡ ପିଲାଙ୍କୁ ହଷ୍ଟେଲରେ ରହି ପାଠ ପଢ଼ିବା ପାଇଁ ଲିଖିତ ପ୍ରତିଶୃତି ଦେଲେ କୋଟଗଡ...

ମା ଛେଉଣ୍ଡ ପିଲାଙ୍କୁ ହଷ୍ଟେଲରେ ରହି ପାଠ ପଢ଼ିବା ପାଇଁ ଲିଖିତ ପ୍ରତିଶୃତି ଦେଲେ କୋଟଗଡ WEO

78


ବାଲିଗୁଡା,09/02{ସୁକାନ୍ତ କୁମାର ତ୍ରିପାଠୀ}: କନ୍ଧମାଳ ଜିଲ୍ଲା କୋଟଗଡ ପଂଚାୟତ ସମିତି ଅନ୍ତର୍ଭୁକ୍ତ ଶ୍ରୀରାମପୁର ପଂଚାୟତ ର ଗହିରି ଗାଁ ରେ ଦେଖିବାକୁ ମିଳିଛି ଏକ ଘଟଣା | ଘଟଣା ପ୍ରକାରେ ଜେଜେ ଯୋସେଫ ମଲିକ ଙ୍କ କହିବାନୁଯାଇ ତାଙ୍କ ପୁଅ ବହୁ ବିବାହ କରିବା ର ତେର ବର୍ଷ ଭିତରେ ପୁଅ ଲାଳସା ରେ ଗୋଟିଏ ପରେ ଗୋଟିଏ କରି 5 ଟି ଝିଅ ଓ 2 ଟି ପୁଅ ଜନ୍ମ କରିଛନ୍ତି ଏବଂ ଇତି ମଧ୍ୟରେ ବହୁ ମିନତୀ ମଲିକ ଙ୍କୁ କର୍କଟ ରୋଗ ହେବା ରୁ କୋଟଗଡ ରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଯାଇ ବିନା ସରକାରୀ ସହାୟତା ରେ ଚିକତ୍ସା କରି ଲକ୍ଷାଧିକ ସାରିବା ନୟାନ୍ତ ହୋଇଥିଲେ I

ପରିବାର ଓ ଶେଷରେ ବହୁ ମିନତୀଙ୍କ ମୃତ୍ୟୁ ହୋଇଥିବା ଓ ପୁଅ ମାନସୀକ ଚାପରେ ରହି ନିଶାସକ୍ତ ହୋଇ ରହିଲେ ଓ ଉକ୍ତ ସାତ ଜଣ ପିଲାଙ୍କ ବୋଝ ପଡି ଥିଲା ଜେଜେ ଜୋସେଫ ଉପରେ ଫଳରେ ସେ ଏଣେ ତେଣେ ବହୁ ସରକାରୀ ବେସରକାରୀ ଅଧିକାରୀଙ୍କୁ ସେ ମା ଛେଉଣ୍ଡ ପିଲାଙ୍କୁ ହଷ୍ଟେଲ ସୁବିଧା ସହ ପାଠ ପଢିବାପାଇଁ ବୁଝିଥିଲେ ହେଲେ ଶେଷରେ ସେ କୌଣସି ସୂତ୍ର ରୁ ଖବର ପାଇ କୋଟଗଡ ର ଯୁବ ସାମ୍ବାଦିକ ତଥା ବାଲିଗୁଡା ଉପଖଣ୍ଡ ଗଣମାଧ୍ୟମ ସଙ୍ଘ ସଭାପତି ମାଧବ ଚନ୍ଦ୍ର ଦାଶ ଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ |

ଫଳରେ ସବୁ ଘଟଣା ଶୁଣିବା ପରେ ସେ ସହଯୋଗ କରିବା ପାଇଁ ବାଟ ଖୋଜିଥିଲେ ଓ ସାଙ୍ଗେ ସାଙ୍ଗେ ବନବାସୀ କତୃପକ୍ଷ ରବୀନ୍ଦ୍ର ପଣ୍ଡା ଙ୍କୁ ଯୋଗାଯୋଗ କରିଥିଲେ ଓ ରାସ୍ତା ମିଳିବା ପରେ କନ୍ଧମାଳ cwc ଓ dcpo ଙ୍କୁ ଫୋନ ଯୋଗେ ଅନୁରୋଧ କରିବା ପରେ ସେ ସ୍ଥାନୀୟ weo ମୋହନ ଚୌହାନ ଙ୍କୁ ଲିଖିତ ଜଣାଇବାକୁ କହିଥିଲେ I

ଫଳରେ ସାମ୍ବାଦିକ ଜଣକ ଉକ୍ତ ପିଲାଙ୍କ ଜେଜେ ଜୋସେଫ ମଲିକ ସହ ମିଶି ବ୍ଲକ କୁ ଯାଇ weo ଙ୍କୁ ଭେଟି ସବୁ ବିଷୟ ଲିଖିତ ଜଣାଇଥିଲେ ଓ weo ସବୁ ବୁଝିବା ପରେ ସାଙ୍ଗେ ସାଙ୍ଗେ ନିଜ ଅଂଚଳ ରେ ଆସୁଥିବା ସରକାରୀ ଆଶ୍ରମ ବିଦ୍ୟାଳୟ ରଢା ରେ 2ଜଣ ବାଳିକା ଓ ନୂଆଗାଁ ରେ ଦୁଇଜଣ ବାଳିକା ଙ୍କୁ ହଷ୍ଟେଲ ରହି ପାଠ ପଢିବା କୁ ସୁଯୋଗ ଦେବା ନେଇ ଲିଖିତ ପ୍ରତିଶୃତି ଦେଇଛନ୍ତି I