Saturday, October 10, 2026
Home ଅପରାଧ ଆଦର୍ଶ ଛାତ୍ର ଙ୍କ ଠାରୁ ମୋବାଇଲ ଚୋରି ଅଭିଯୋଗରେ ଦୁଇ ଗିରଫ,ଚୋରି ରେ ବ୍ୟବହୃତ ବାଇକ...

ଆଦର୍ଶ ଛାତ୍ର ଙ୍କ ଠାରୁ ମୋବାଇଲ ଚୋରି ଅଭିଯୋଗରେ ଦୁଇ ଗିରଫ,ଚୋରି ରେ ବ୍ୟବହୃତ ବାଇକ ଜବତ

47

ବେଗୁନିଆପଡା,୧୦/୦୨(ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଵାଣିଆବାଡି ମୋବାଇଲ ଚୋରି ଘଟଣା ରେ ପୋଲିସ କୁ ମିଳିଛି ସଫଳତା ।ସୂଚନା ଅନୁଯାୟୀ ଗତ ଜାନୁଆରୀ ସାତ ତାରିଖ ଅପରାହ୍ନ ସମୟରେ ସୁମଣ୍ଡଳ ନିକଟସ୍ଥ ଵାଣିଆବାଡି ଛକ ଠାରେ ଆଦର୍ଶ ବିଦ୍ୟାଳୟ ର ଜଣେ ଛାତ୍ର ନିଗମ ଜେନା ମୋବାଇଲ ଧରି ଛିଡା ହୋଇଥିବା ସମୟରେ ଏକ ବାଇକ ରେ ତିନି ଜଣ ଦୁର୍ବୁତ୍ତ ଆସି ନିଗମଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ ।

ଏ ନେଇ ପୋଲିସ ରେ ନିଗମ ର ମା’ସନ୍ଧ୍ୟାରାଣୀ ଜେନା ଙ୍କ ଲିଖିତ ଏତଲା ପରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କେଶ ନମ୍ବର ୦୭/୨୧ ରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ନିକଟସ୍ଥ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଥିଲେ । ଆଜି ଅର୍ଥାତ ଦଶ ତାରିଖ ଦିନ ଏହି ଚୋରି କେଶ ରେ ସଫଳତା ପୂର୍ବକ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ କୋର୍ଟ କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଶ୍ରୀ ବେହେରା ।

ଅନ୍ୟ ଜଣେ ଅଭିଯୁକ୍ତ ଧରାକୋଟ ଅନ୍ତର୍ଗତ ଦାମୋଦର ପଲ୍ଲୀ ର ଏସ. ବୁଲୁ ରେଡି ଙ୍କ ପୁଅ ଏସ.ବଳରାମ ରେଡି (୨୩) କୁ ଗିରଫ କରି ଦଫା ୩୯୪ ଆଧାରରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଚୋରିରେ ବ୍ୟବହୃତ ବାଇକ ଓଡି୦୭ଏସ୦୧୯୯ କୁ ମଧ୍ୟ ଜବତ କରିଛି ପୋଲିସ ।ଅନ୍ୟ ଜଣେ ଅଭିଯୁକ୍ତ କୁ ଖୁବ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ।