
ଜଟଣୀ,୧୦/୦୨(ଜିଲ୍ଲା ଖବର) : ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ ଓ ଜିଲାକଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନିର୍ଦ୍ଧେଶକ୍ରମେ ଜଟଣୀବ୍ଲକ ପାଇଁ ପୁର୍ବତନ ସରପଚଂ ଧନେଶ୍ୱର ରାଉତ ଏବଂ ଜଟଣୀ ପୈାରାଚଂଳ ପାଇଁ ଅଶୋକ କୁମାର ମଙ୍ଗରାଜ( ଚାଲୁ)ଙ୍କୁ ନିଯୁକ୍ତ କରାଯାଇଛି । ଜିଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକଙ୍କ ଏକାନ୍ତ ଅନୁଗତ ଏବଂ ନଗରକଂଗ୍ରେସର ଦାୟିତ୍ୱ ବହନକରି ଅଭିଜ୍ଞତାକୁ ଶ୍ରେୟଦେଇ ପୁନଃ ଅଶୋକଙ୍କୁ ନଗରସଭାପତିଭାବେ ଚୟନ କରାଯାଇଥିବା ଜିଲାସଭାପତିଙ୍କଠାରୁ ସୁଚନା ମିଳିଛି । ଏହି ଦାୟିତ୍ୱ ଗ୍ରହଣ କରିବାପରେ ଜଟଣୀ କଗ୍ରେଂସର କର୍ମକର୍ତା ଓ ଅନ୍ୟାନ୍ୟମାନେ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।


