ଖୋର୍ଦ୍ଧା,୧୦।୨{ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର}ବିଗତ ବହୁ ବର୍ଷ ଧରି କଲିକତା-ମାଡ୍ରାସ ୧୬ନମ୍ବର ଜାତୀୟ ରାଜପଥ ଏକ ମରଣ ଯନ୍ତାରେ ପରିଣତ ହୋଇଛି । ଦୁରଦୃଷ୍ଟି ଅଭାବରୁ ନଚେତ ବିପର୍ଯ୍ୟସ୍ଥ ଟ୍ରାଫିକ ବ୍ୟବସ୍ତା ଯୋଗୁ କ୍ରମଶଃ ଗୋଟିଏ ଗୋଟିଏ ମୂଲ୍ୟବାନ ଜୀବନ ଟଳି ପଡୁଛି ।ତେବେ ଖୋର୍ଦ୍ଧା ସଦର ଥାନା ଅଧୀନରେ ଥିବା ନିଜିଗଡ଼ ତାପଙ୍ଗ ଛକଟି ଅତି ବ୍ୟସ୍ତ ବହୁଳ ଛକ ହୋଇଥିବାରୁ ଏବଂ ଏହି ରାସ୍ତା ଉପରେ ଉଭୟ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଆଠଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ଜାତୀୟ ରାଜା ପଥ ପ୍ରାଧିକରଣ ସଂସ୍ଥା ଏଠାରେ ଏକ ଓଭର ବ୍ରିଜ ନିର୍ମାଣକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି ! ତେଣୁ ଏଠାରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ସାଂଶଦ , ବିଧାୟକ,ଓ ଜିଲ୍ଲାପ୍ରଶାସନ ଜରିଆରେ ବାରମ୍ବାର ଅନୁରୋଧ କରିବା ସତ୍ୱେ ଫଳ ସୁନ । ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବାବେଳେ ଉକ୍ତ ସ୍ଥାନରେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଆଜି ଦାବି ଜୋର ଧରିଛି । ଏହି ଅବଶରରେ ଗୋବିନ୍ଦ ଚନ୍ଦ୍ର ଛୁଅଳସିଙ୍ଗ, ରଘୁନାଥ ମଙ୍ଗରାଜ, ବେଣୁଧର ଛୁଅଳସିଙ୍ଗ ,ରମେଶ ଜଗଦେବ ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ତେବେ ଦାବି ପୁରଣ ନ ହେଲେ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥାକୁ ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଯୋଗ୍ୟ ବିଗତ କିଛି ବର୍ଷ ଧରି ୧୬ନମ୍ବର ଜାତୀୟ ରାଜପଥରେ ପ୍ରଶସ୍ତି କାର୍ଯ୍ୟ ଜାରି ରହିଛି ,କିନ୍ତୁ ତାପଙ୍ଗ ଛକ ଉପରେ ପୁରୀ ଜିଲ୍ଲାର ମନ୍ଦାର ବସ୍ତ, କଣାସ , ସନଗଡ଼ପୁଟ ଭଳି ଆଠଗୋଟି ପଞ୍ଚାୟତର ଲୋକ ନିର୍ଭର କରୁଥିବା ବେଳେ ସେଠାରେ ଗୋଟିଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଜାତୀୟ ଜାତୀୟ ରାଜପଥ ସଂସ୍ଥା ଭୁଲି ଯାଉଛି ! ଯାହା ଫଳରେ ଏଠାରେ ଦୃଘଟଣା ସଂଖ୍ୟା ଅଧିକ ହେଉଥିବା ଆଶଙ୍କା କରି ସ୍ଥାନୀୟ ଲୋକେ ଏଠାରେ ଓଭର ବ୍ରିଜ ପାଇଁ ଦାବି କରି ଆସୁଛନ୍ତି ! ଏପରିକି କିଛିଦିନ ତଳେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଆଞ୍ଚଳିକ ନିଁର୍ଧେଷକଙ୍କୁ ଅବଗତ କରାଇଥିଲେ ମଧ୍ୟ ପଦକ୍ଷେପ ଶୂନ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରୁଛନ୍ତି ! ଯଦି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓଲେହିବେ ବୋଲି ଚେତାବନୀ ଦେଇଛନ୍ତି ।


