
ଆସିକା, 2/10 (ଖିରୋଦ ବେହେରା) : ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କର ଏକସହ ପଚାଶ ତମ ଜନ୍ମ ଜୟନ୍ତୀ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl



ଏନ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ପ୍ରାୟ ତିନିସହ ସତଚାଳିଶି ଗୋଟି ବିଭିନ୍ନ କିସମ ର ଚାରା ରୋପଣ କରାଯାଇଥିଲା l
ମହାବିଦ୍ୟାଳୟ ର ଖେଳ ପଡିଆ ର ଚତୁର୍ପାଶ୍ୱ ରେ ଏହି ଚାରା ରୋପଣ କରାଯାଇଥିଲା. ଏଥିରେ ଶାଗୁଆନ, ଛାଁକୁଣ୍ଡା, ଆକାଶିଆ, କୃଷ୍ଣଚୂଡ଼ା, କଦମ୍ବ, ବେଲ, ବିଷ୍ଣୁଚୁଡା, ଚକରି ଇତ୍ୟାଦି ବୃକ୍ଷ ରହିଥିଲା l
ଏହି କାର୍ଯ୍ୟକ୍ରମ ରେ ସ୍ଵେଚ୍ଛା ସେବୀ ଲଳିତ ଜେନା, ସୁଶାନ୍ତ ପାତ୍ର, ଦେବାଶିଷ ନାହାକ, ଚନ୍ଦନ ପଣ୍ଡା, ଶୁଭେନ୍ଦୁ ମହାରଣା, ସୁବ୍ରତ ପାଡି, ସଚିନ୍ଦ୍ର ଶତପଥୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସାଇ ସୁନ୍ଦର ଜେନା, କୁମାର ହଂସ ରାଜ, ସୌମ୍ୟ ରଞ୍ଜନ ପାଢ଼ୀ, ଅଜିତ କୁମାର ସାହୁ, ଆଲୋକ କୁମାର ପ୍ରଧାନ, ସୁମନ ପ୍ରଧାନ, ରାମେଶ୍ୱର ରାଉତ ପ୍ରଭୃତି ସତ ଚାଳିଶି ଜଣ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ଟିକୁ ସମ୍ପୂର୍ଣ ସଫଳ କରିଥିଲେ l




