
ଖୋର୍ଦ୍ଧା,{ସଞ୍ଜୀବ କୁମାର}:ମାରୱାଡି ଯୁବ ମଞ୍ଚ, ଅଖିଳ ଭାରତୀୟ ମହିଳା ସମ୍ମିଳନୀ ତରଫରୁ ଓ ସୁରକ୍ଷା ମଞ୍ଚ,ଜଟଣୀ ସହଯୋଗରେ ଦିନ ରକ୍ତ ଦାନ ଶିବିର ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିରରେ 62 ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଅବସରରେ ମାରୱାଡି ଯୁବ ମଞ୍ଚ ର ସଭାପତି ଶ୍ରୀ ସତୀଶ ଶର୍ମା, ସମ୍ପାଦକ ଶ୍ରୀ ଶ୍ଯାମ ଯୋଷୀ ଓ ଗୋବିନ୍ଦ ସୋନି,ମୁକେଶ, କ୍ରୀଷାନ୍, ଆଶିଷ,ବିକାଶ, ଦୀପକ, ବିଶ୍ବନାଥ, ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ।
ଅଖିଳ ଭାରତୀୟ ମହିଳା ସମିତି ର ସଭାନେତ୍ରୀ ଶ୍ରୀମତି ମୀନ ତୁଳସୀୟାନ ଓ ସମ୍ପାଦୀକା ଶ୍ରୀମତି ମନିଷା ଅଗ୍ରୱାଲ ଉପସ୍ଥିତ ଥିଲେ। ସୁରକ୍ଷା ମଞ୍ଚ,ଜଟଣୀ ତରଫରୁ ସଭାପତି ଶ୍ରୀଯୁକ୍ତ ଶିବ ଯୋଶୀ, ସମ୍ପାଦକ ଶ୍ରୀ ଚିତ୍ତ ରଂଜନ ପ୍ରଧାନ, ମନମୋହନ ଶତପଥୀ, ଚିତ୍ତ ରଂଜନ ସ୍ବାଇଁ, ପ୍ରିତମ ମିଶ୍ର, ଦୀପ୍ତି ରଞ୍ଜନ ମାର୍ଥା ,ହୃଷିକେଶ ସେଠୀ, ସୁଧାଂଶୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ ଶିବିର କୁ ସଫଳ କରାଇଥିଲେ









