Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ନାଗରୀକ କମିଟିର ଖବରଦାତା ସମ୍ମିଳନୀ ଜନସାଧାରଣମାନଙ୍କ ଜମିକୁ କେଉଁ ଆଧାରରେ ଶ୍ରୀଜଗନ୍ନାଥ ମହାପୁରୁଙ୍କ ନାମରେ ନାମିତ

ନାଗରୀକ କମିଟିର ଖବରଦାତା ସମ୍ମିଳନୀ ଜନସାଧାରଣମାନଙ୍କ ଜମିକୁ କେଉଁ ଆଧାରରେ ଶ୍ରୀଜଗନ୍ନାଥ ମହାପୁରୁଙ୍କ ନାମରେ ନାମିତ

73

ଜଟଣୀ,୧୦/୨{ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର}: ଜଟଣୀବାସୀଙ୍କ ସମସ୍ୟାକୁି କ୍ଷମତାସିନ ସରକାର ଅହେତୁକମନୋଭାବରେ ଅଣଦେଖା କରିଚାଲିଛନ୍ତି । ଜନସାଧାରଣମାନଙ୍କ ଜମିକୁ କେଉଁ ଆଧାରରେ ଶ୍ରୀଜଗନ୍ନାଥ ମହାପୁରୁଙ୍କ ନାମରେ ନାମିତ ହେଲା । ତାହା କିପରି ଶାସକଦଳ ଜାଣିପାରିନଥିଲା । ତେଣୁ ଏସବୁ ଛାଡି ଲୋକମାନଙ୍କର ତଥା ୧୧ଟି ମୈାଜାର ଲୋକମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ନିଜର ଶ୍ରେୟନେବା ଚିନ୍ତାଛାଡି ଲୋକମାନଙ୍କର ଶ୍ରେୟନେବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ସ୍ଥାନୀୟ କଲେଜରୋଡରେ ଥିବା ଏକ ଅସ୍ଥାୟୀଗୃହରେ ଜଟଣୀନାଗରୀକ କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିଥୀମାନେ ମତବ୍ୟକ୍ତ କରିଛନ୍ତି ।

ଜଟଣୀ ନାଗରୀକ କମିଟିର ସମ୍ପାଦକ ଜିତେନ୍ଦ୍ରୀୟ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ମଚାଂଧୀନ ଅତିଥୀମାନେ ସେମାନଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ମାନ୍ୟବର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଧାୟକ ହେବା ପୁର୍ବରୁ ଜଟଣୀବାସୀଙ୍କୁ ଜଟଣୀର ଫ୍ଲାଏଓଭର ବ୍ରିଜ,ଜଗନ୍ନାଥ ଜମି ଏବଂ ଟାଉନଖାସମାହାଲ ଜମିର ପଟ୍ଟା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ଯାହାକୁ ଆଜି କାର୍ଯ୍ୟରେ ଦେଖାଇବାକୁ ଯାଉଛନ୍ତି । ତେଣୁ ଏଠାରେ ମାନ୍ୟବର ଜଟଣୀବିଧାୟକ ଶ୍ରେୟନେବା ଯଥାର୍ଥ ବୋଲି କୁହାଯାଇଛି ।

ଜଟଣୀବାସୀମାନେ ବିଜେଡି ଦଳକୁ ବର୍ଷବର୍ଷରୁ ଲୋକପ୍ରତିନିଧୀ ହେବାର ସୁଯୋଗ ଦେଇଥିଲେ । ମାତ୍ର ସେମାନଙ୍କର ଇଛାଶକ୍ତି ଅଭାବରୁ ଏହି ଦଳ ରାଜ୍ୟ ଶାସନରେ ରହିମଧ୍ୟ ଜଟଣୀଟାଉନ ଖାସମାହାଲ ଜମିରେ ରହିଆସୁଥିବା ଅଧିବାସୀମାନଙ୍କୁ ପ୍ରାୟ ୫୦ବର୍ଷରୁ ୭୦୦ଲିଜ ପଟ୍ଟା ପ୍ରଦାନ କରିପାରିଲେ ନାହିଁ, ୨୦୧୩ ମସିହାଠାରୁ ଜଗନ୍ନାଥ ଜମିର ମାଲିକାନା ସ୍ୱତ୍ୱ ପ୍ରସଙ୍ଗକୁ ସମାଧାନ କରିପାରିଲେ ନାହିଁ ।ସେହିପରି ଜଟଣୀର ଫ୍ଲାଏ ଓଭରବ୍ରିଜ ନିର୍ମାଣ ମଧ୍ୟ ୫୦ବର୍ଷର ଅଭିଯୋଗକୁ ସମାଧାନ କରିବାରେ ଅହେତୁକ ମନୋଭାବ ମଧ୍ୟରେ ବିଳମ୍ବ କରିଥିଲେ । ମାତ୍ର ପୁର୍ବରୁ ପ୍ରତିଶୃତି ଦେଇଥିବା କଂଗ୍ରେସଦଳ ଏହାକୁ କାର୍ଯ୍ୟକାରୀ କରିିବ । ଏଥିରେ ଦ୍ୱିମତ ନାହିଁ ।

ତେଣୁ ଏସବୁର ବିଳମ୍ବକୁ ଦୃଷ୍ଟି ନଦେଇ ଶ୍ରେୟ ନେବାକୁ ଦୈାଡ ଲଗାଇଛନ୍ତି ରାଜନୈତିକ ଦଳର ନେତାମାନେ । ତେବେ ଜଟଣୀରେ ଯାହାକିଛି ହୋଇଛି ସେଥିରେ ମାନ୍ୟବର ବିଧାୟକ ବିଧାନସଭାରେ ଉପସ୍ଥାପନ କରିବାପରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ୫ଟି ସଚିବ ପ୍ରଭୃତି କାର୍ଯ୍ୟକାରୀ କରିଚାଲିଛନ୍ତି । ଏଥିରେ ମଧ୍ୟ ରାଜ୍ୟସରକାରଙ୍କ ଦୃଢଇଛା ଶକ୍ତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରିବ । ଯଦି ଚଳିତ ମାସ ୨୦ ତାରିଖସୁଧା ଲୋକମାନଙ୍କର ଜମିମାଲିକାନା ନଫେରେ ତେବେ ଆସନ୍ତା ୧ ତାରିଖରେ ପୁଣି ଆନ୍ଦୋଳନ କରାଯିବ ।

ତେଣୁ ଜଟଣୀ ନାଗରୀକ କମିଟି ଶ୍ରେୟନେବାକୁ ଚାହେଁନାହିଁ । ଲୋକମାନଙ୍କର କାର୍ଯ୍ୟକରିବାକୁ ପ୍ରୟାସ କରୁଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ଆଜିର ଏହି ଖବରଦାତା ସମ୍ମିଳନୀରେ ଜଟଣୀ ନାଗରୀକ କମିଟିର ଆବାହକ କଳିଙ୍ଗ କୁମାର ସାହୁ, ପ୍ରଦେଶ କଂଗ୍ରେସ କମିଟି ମୂଖପାତ୍ର ଅମିତ ମହାନ୍ତୀ, ଭିଟାମାଟି ସୁରକ୍ଷାମଂଚ ଏବଂ ଏଖରାଜାତ ମହାଲ ସୁରକ୍ଷା କମିଟିର ଆଇନ ପରାମର୍ଶଦାତା ଅଧିବକ୍ତା ଆଶୁତୋଷ ପଟ୍ଟନାୟକ,ସମାଜସେବୀ ପ୍ରମୋଦ ହରିଚନ୍ଦନ, ପୁର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ, ଛଣଘର ସରପଚଂ ସୁନିଲ କୁମାର ରାଉତରାୟ, ପୁର୍ବତନ କାଉନସିଲର ଲୁସେନ ରାୟ,ରହିମା ବିବି ପ୍ରମୁଖ ମଚାଂଧୀନ ଅତିଥୀଭାବେ ଯୋଗଦେଇଥିଲେ ।