Tuesday, November 17, 2026
Home ଜିଲ୍ଲା କନ୍ଧମାଳ ଗଞ୍ଜେଇ ସହ କାର ଜବତ ଓ 3 ଜଣ ଗିରଫ

ଗଞ୍ଜେଇ ସହ କାର ଜବତ ଓ 3 ଜଣ ଗିରଫ

75
spk

ବାଲିଗୁଡା,{ସୁକାନ୍ତ କୁମାର ତ୍ରିପାଠୀ}: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ଏସଆଇ ଆର. ମୁଣ୍ଡାରୀଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ 40 କିଲୋ 700 ଗ୍ରାମ ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାର ନଂ OD-02R-9397 କୁ ଜବତ କରି ତିନି ଜଣକୁ ଗିରଫ ସହ କୋର୍ଟ ଚାଲାଣ କରିଛି l

https://twitter.com/spkandhamal/status/1359463723962953733?s=20

ଗିରଫ ମାଫିଆଙ୍କ ମଧ୍ୟରୁ କଟକ ସାଲେପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ କ୍ଷୀରୋଦ କୁମାର ସାହୁ ହୋଇଥିବା ବେଳେ ବାଲିସୁଗା ଗାଁ ର ପୂର୍ଣ୍ଣ ଚନ୍ଦ୍ର ମଲିକ ଓ ମାଦିନାଟ ଗାଁ ର ଶଶୀ ମଲିକ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି l ଏନେଇ ବାଲିଗୁଡା ଥାନା ରେ କେଶ ନଂ 15/21 ରେ ମାମଲା ରୁଜୁ ହୋଇଛି ଏସ ଆଇ ଦୀପକ ରାଉତ ମାମଲା ର ତଦନ୍ତ କରୁଥିବା ଜଣାପଡିଛି l