Sunday, November 15, 2026
Home ଆଞ୍ଚଳିକ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରକ୍ତ ଦାନ ଶିବିର

ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରକ୍ତ ଦାନ ଶିବିର

114

ବ୍ରହ୍ମପୁର,{ବିଚିତ୍ର ସାହୁ}: ବ୍ରହ୍ମପୁର ଧର୍ମ ନଗରସ୍ଥିତ ରୋଟାରୀ କ୍ଳବ ଇଷ୍ଟର ସଭାଗୃହରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ଓ ଇନରହ୍ବିଲ କ୍ଳବର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କ୍ଳବର ସଭ୍ୟ ତଥା ସହରର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଭ୍ୟଙ୍କ ସମେତ କେ.ଟି.ଏନ୍.ପୁର ଗ୍ରାମର 2ଜଣ ସହ ମୋଟରେ 38 ଜଣ ସ୍ବେଚ୍ଛାସେବୀ ରକ୍ତ ଦାନ କରି ଥିଲେ।

କ୍ଳବର ସଭାପତି ରଂଜିତ କୁମାର ପାତ୍ର ଓ ସମ୍ପାଦକ କାମରାଜୁ ମହାରଣା ଙ୍କ ସମେତ ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା,ଅଜିତ କୁମାର ପୃଷ୍ଟି, ଆଇ.ରାଜେଶ୍ବର ରାଓ, ଅସିତ କୁମାର ଦତ୍ତ, ଜୟନ୍ତ କୁମାର ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଏସ୍.ଦୁର୍ଗା ଶଙ୍କର ରାଓ,ସୁଧାଂଶୁ ଶେଖର ସାବତ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଇନରହ୍ବିଲ କ୍ଳବ ଇଷ୍ଟ ତରଫରୁ ସଭାନେତ୍ରୀ ଅରୁଣିମା ଦାଶ ଓ ସଂପାଦିକା ସଂଯୁକ୍ତା ପାଣିଗ୍ରାହୀ ଓ ସଭ୍ୟା ମାନେ ଏହି ରକ୍ତ ଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ବ୍ରହ୍ମପୁର ବ୍ଳଡ୍ ବ୍ୟାଙ୍କର ଡାଃ ରଶ୍ମିତା ପାଣିଗ୍ରାହୀ, ବିଦ୍ୟାଧର ବେହେରା, ଚିନ୍ମୟ କୁମାର ବେହେରା, ସୁଶାନ୍ତ କୁମାର ପାଣିଗ୍ରାହୀ ଓ ଡମ୍ବରୁ ଧର କାର୍ଜି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।