
ଜଟଣୀ,୧୦/୦୨(ଜିଲ୍ଲା ଖବର) : ଚଳିତ ବର୍ଷ ଜାନୁୟାରୀ ୧ତାରିଖଠାରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାନବାହନ ଉପରେ ଯାଂଚ ଆରମ୍ଭ କରାଯାଇ କିଛିମାତ୍ରାରେ ଦୁର୍ଘଟଣା ଏବଂ ମୃତ୍ୟୁହାରକୁ ନିୟନ୍ତ୍ରଣ କରାଯାଇଛି । ଲୋକମାନଙ୍କୁ ସଚେତନତାର ନିହାତି ଆବଶ୍ୟକ ରହିଥିବା ବିଭିନ୍ନ ସଂଗଠନ ଉପଲବ୍ଧୀ କରିଛି । ତେବେ ଏନେଇ ଜଟଣୀରେ ମଙ୍ଗଳବାର ପୁର୍ବାହ୍ନରେ ସ୍ଥାନୀୟ ହରିଭାଇନାଛକଠାରେ ଭୂବନେଶ୍ୱରର “ୟୋରସ ହୋପ ଫାଉଣ୍ଡେସନ ଟ୍ରଷ୍ଟ’ ଆନୁକୂଲ୍ୟରେ ଏକ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଫାଉଣ୍ଡର ରୀନାରାଣୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଭୂବନେଶ୍ୱର ଟ୍ରାଫିକ ଇନସପେକ୍ଟର ଅଜଂଳି ଛୋଟରାୟ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀଭାବେ ଭୂବନେଶ୍ୱର ଟ୍ରାଫିକ ପୁଲିସର ଏଏସଆଇ ପ୍ରଫୁଲ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରରେ ସତର୍କତା ସହିତଗାଡି ଚାଳନା ଏବଂ ଗାଡି ଚାଳନା ସମୟରେ ପରିବହନବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧେଶନାମାକୁ ମାନିବାପ୍ରତି ସଚେତନତା କରାଯାଇଥିଲା । ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲହୋଇଥିଲେ । ଲୋକମାନଙ୍କୁ ସଚେତନତା କରିବାଲାଗି ଯମ ଭୂମିକାରେ ପ୍ରଦୀପ ଦାଶ ଏବଂ ଚିତ୍ରଗୁପ୍ତ ଭୂମିକାରେ ଭରତ ଚନ୍ଦ୍ରଧାବକ ପ୍ରମୁଖ କଳାକାରମାନେ ଯାନବାହନ ଚଳାଉଥିବା ଗାଡିଚାଳକମାନଙ୍କୁ ଅଟକାଇ ଟ୍ରାଫିକ ନିୟମକୁ ଉଲଂଘନ କରୁଥିବା କାରଣ ଓ ଯମଦ୍ୱାରକୁ ଗାଡିଚାଳନା ମାଧ୍ୟମରେ ପ୍ରତ୍ୟାକ୍ଷାନ କରିବାଭଳି ବିଭିନ୍ନ ସଚେତନତା ବାର୍ତା ଦେଉଥିବା ଦୃଶ୍ୟ ଅତିମନୋରମ ଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକମାନଙ୍କୁ ସଚେତନତା କରି କହିଥିଲେ ଯେ, ମୋର ସୁରକ୍ଷା ପରିବାର ସୁରକ୍ଷା । ସଡକ ସୁରକ୍ଷା ଜିବନ ରକ୍ଷା । ମୋବାଇଲ ସଙ୍ଗେ ଗାଡି ଚାଳନା ଜିବନଟା ହୁଏ ଭଙ୍ଗା ଖେଳନା ଇତ୍ୟାଦି ନାରାଦେଇ ସଚେତନତାରେ ଭାଗ ନେଇଥିଲେ । ସେହିପରି ଜଟଣୀର ମାନବଧୀକାର ସଂଗଠନ ପକ୍ଷରୁ ଅତିଥୀମାନଙ୍କୁ ଫୁଲତୋଡା,ଉତରୀୟ ପ୍ରଭୃତି ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ପୁର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ, ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, ରାଜ୍ୟ ବିଜେପି ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ, ଏଏସଆଇ ପ୍ରକାଶ କୁମାର ଜେନା ଯୋଗଦେଇଥିବା ବେଳେ ୟୋରସ ହୋପ ଫାଉଣ୍ଡେସନର କୂଳମଣୀ ଜେନା,ପ୍ରଭାସିନୀ ନାୟକ,ପୁଷ୍ପା ପାଣୀ,ମମତା ସାହୁଙ୍କ ସହିତ ଜଟଣୀ ମାନବଧିକାର ସଂଗଠନର ସଭାପତି ବାସୁଦେବ ସେଠୀ,ହବିବୁର ରେହେମାନ, ସଂଜିବ କୁମାର,ଗୈାତମ ମହାରଣା ପ୍ରଭୃତି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରୀତ ଅତିଥୀଭାବେ ଦିବାକର ମଙ୍ଗରାଜ,ଶିବିତ ତ୍ରିନାଥ ସାମନ୍ତରାୟ,କିଶୋର ଚନ୍ଦ୍ର ପାଇକରାୟ ପ୍ରମୁଖ ଯୋଗଦେଇଥିଲେ ।






