Wednesday, October 14, 2026
Home ଆଞ୍ଚଳିକ ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ଦିବସୀୟ ତାଲିମ ଶିବିର

ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ଦିବସୀୟ ତାଲିମ ଶିବିର

237
ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଏକ ଦିବସୀୟ ତାଲିମ ଶିିବିର


ଆସିକା,୧/୧୦ (କ୍ଷିରୋଦ ବେହେରା): ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଏକ ଦିବସୀୟ ତାଲିମ ଶିିବିର ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା, ଗଞ୍ଜାମ ଜିଲ୍ଲା ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଶିବିରକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର ଉଦଘାଟନ କରିଥିଲେ ।

ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଏକ ଦିବସୀୟ ତାଲିମ ଶିିବିର

ଆସିକା ବ୍ଲକ ଗୋଟିଏ ଶିକ୍ଷା ଅଧିନ ବଡଖୋଲି, ଭେଟନଇ, ବାବନପୁର, ଖାରିଆ, ନଳବଟାଂ,କାଳଷଣ୍ଡପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ମୋଟ ୫୦ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି । ଏହି ଶିବିରରେ ହରିଡାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଜକିଶୋର ସ୍ୱାଇଁ,ଋଷିପୁର ନୋଡାଲ ହାଇସ୍କୁଲର ହାଡୁବନ୍ଧୁ ମହାରଣା, ଗୋଟିଏ ସମ୍ବଳ ଶିକ୍ଷୟତ୍ରୀ ମନ୍ଦାକିନୀ ରଥ ପ୍ରମୁଖ ସମ୍ବଳ ଶିକ୍ଷକ ଭାବେ ଯୋଗ ଦେଇ ଶିବିରର ସମ୍ପର୍କରେ ମତ ପୋଷଣ କରିଥିଲେ ।

ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଏକ ଦିବସୀୟ ତାଲିମ ଶିିବିର

ଏହା ସହିତ ଅନ୍ତର୍ନିବେଶୀ ଶିକ୍ଷା, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ଥିବା ବିଭିନ୍ନ ନିୟମ, ଦିବ୍ୟାଙ୍କ ମାନଙ୍କ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସୁବିଧା ସୁଯୋଗ ଏବଂ ରିହାତି, ବ୍ୟକ୍ତଗତ ଶୈକ୍ଷିକ ଯୋଜନା, ସମଗ୍ର ଶିକ୍ଷାରୁ ଦିବ୍ୟାଙ୍କ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ସମ୍ବନ୍ଧୀୟ ଶିବିରରେ ଆଲୋଚନା କରାଯାଇଥିଲା ।

ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଏକ ଦିବସୀୟ ତାଲିମ ଶିିବିର

ଏହି ଶିବିରରେ ବଡଖୋଲି, ଭେଟନଇ, ବାବନପୁର, ଖାରିଆ,ନଳବଟାଂ,କାଳଷଣ୍ଡପୁର କ୍ଲଷ୍ଟରର ସିଆରସିସି ମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ । ଏହି ଶିବିରରେ ଗୋଟିଏ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।