Friday, November 13, 2026
Home ଜିଲ୍ଲା 50 ବର୍ଷ ତଳେ ଗରିବ ଆଦିବାସୀ ଙ୍କ ସରକାର ଙ୍କ ତରଫରୁ ଦିଆଯାଇଥିବା ଜମିର ମିଳିନି...

50 ବର୍ଷ ତଳେ ଗରିବ ଆଦିବାସୀ ଙ୍କ ସରକାର ଙ୍କ ତରଫରୁ ଦିଆଯାଇଥିବା ଜମିର ମିଳିନି ପଟ୍ଟା ସିଲିଂ ଜମି ମାଲିକ ଙ୍କ ଉକ୍ତ ଜମି ହାତେଇବାକୁ ଉଦ୍ୟମ ପ୍ରଶାସନିକ ବିଫଳତା

21

ରାୟଗଡା,{ପ୍ରସନ କୁମାର ପଣ୍ଡା} :ଜିଲ୍ଲାରେ ସିଲିଂ ଜମି 1977 ମସିହା ରେ ତତ୍କାଳୀନ ରାଜ୍ୟ ସରକାର ତଥା ଜିଲ୍ଲାପ୍ରଶାସନିକ ଅଧିକାରୀ ଙ୍କ ଉଦ୍ୟମ କ୍ରମେ ରାମନାଗୁଡ଼ା ବ୍ଲକ ର ଡାଙ୍ଗୁବାଡ଼ି ଗ୍ରାମ ର 25 ଜଣ ଗରିବ ଅସହାୟ ଆଦିବାସୀ ଙ୍କ ଏକ ଏକର ଚାଷ ଜମି ପ୍ରଦାନ କରାଯାଇଥିଲା ଏହି ଜମି ର ଖାତାଦାର ବୈଦ୍ୟ ରାଧାକୃଷ୍ଣ ପଣ୍ଡା ଙ୍କ ପ୍ଲଟ 12 ନମ୍ବର ମୌଜା ଡାଙ୍ଗୁବାଡ଼ି ତହସିଲ ରାମନାଗୁଡ଼ା ରୁ ଏକ ଏକର ଚାଷ ଜମି 25 ଜଣଙ୍କୁ ପ୍ରଦାନ କରାଯାଇ ଥିଲା |

ଏହି ସିଲିଂ ଚାଷ ଜମି ପାଇଥିବା ଆଦିବାସୀ ମାନେ ନିଜ ଅକ୍ତିଆର କୁ ନେଇ ସରକାରୀ ତରଫରୁ ଦିଆ ଯାଇଥିବା ଜମିରେ ଆଜିଯାଏଁ ଚାଷ କରି ନିଜ ପରିବାର ଚଳାଉଥିବା ଏବଂ ସେମାନେ ନିହାତି ଅଶିକ୍ଷିତ ଏବଂ ଅସହାୟ ଥିବାଯୋଗୁଁ ପ୍ରଶାସନିକ ଅଧିକାରୀ ଙ୍କୁ ସ୍ଥାୟୀ ପଟ୍ଟା ପାଇଁ ଆବେଦନ କରି ନ ଥିଲେ ମଧ୍ୟ ବହୁବାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ବିଧାୟକ ଏବଂ ସାଂସଦ ଙ୍କୁ ସେମାନଙ୍କ ଜମିର ପକ୍କା ପଟ୍ଟା ପାଇଁ ଗୁହାରି କରିଥିଲେ ମଧ୍ୟ ଏ ଯାଏଁ ସେମାନଙ୍କୁ ପକ୍କା ପଟ୍ଟା ଦେବାରେ ଜିଲ୍ଲା ପ୍ରସାସନ ଠାରୁ ଆରମ୍ଭ କରି ତହସିଲ ଏପରିକି ବିଧାୟକ ଏବଂ ସାଂସଦ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି |

ଜମି ପାଇ ଥିବା ହିତାଧିକାରୀ ଗୋଟିଏ ପଟେ କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ ଗୁରୁବା ଙ୍କ ପାଇଁ କୁମ୍ଭୀର କାନ୍ଦଣା କରୁ ଥିବା ବେଳେ ରାୟଗଡା ଜିଲ୍ଲାର ଏହି ଅଶିକ୍ଷିତ ତଥା ଅସହାୟ ସରକାରୀ ଜମି ପାଇ ଥିବା ହିତାଧିକାରୀ କେବେ ସେମାନଙ୍କ ପକ୍କା ପଟ୍ଟା ଜମିର ପାଇବେ ତାହା ଦେଖିବାକୁ ରହିଲା ଅନ୍ୟ ପଟେ ଆଜି ଏହି ଜମି ପାଇଥିବା ଆଦିବାସୀ ମାନେ

ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ରାଜସ୍ୱ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର , ବ୍ରହ୍ମପୁର, ଜିଲ୍ଲାପାଳ ରାୟଗଡା ଏବଂ ତହସିଲଦାର ରାମନାଗୁଡ଼ା ଙ୍କୁ ମଧ୍ୟ ଉକ୍ତ ଦାବି ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ କେବେ ଏମାନଂକୁ ଏହି ସରକାରୀ ସହାୟତା ଜମି ର ପକ୍କା ପଟ୍ଟା ପ୍ରଦାନ କରିବେ ଦେଖି ବାକୁ ବାକି ରହିଲା ।