Friday, November 13, 2026
Home ଜିଲ୍ଲା ବିଦ୍ୟାଳୟ ଡାଇନିଂ ପ୍ରକୋଷ୍ଠ ନିର୍ମାଣରେ ଅନିୟମିତତା ଖବର ବାରମ୍ବାର ପ୍ରଶାରଣ ହେବାପରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ।

ବିଦ୍ୟାଳୟ ଡାଇନିଂ ପ୍ରକୋଷ୍ଠ ନିର୍ମାଣରେ ଅନିୟମିତତା ଖବର ବାରମ୍ବାର ପ୍ରଶାରଣ ହେବାପରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ।

132

ବିଷମକଟକ,{ପ୍ରସନ କୁମାର ପଣ୍ଡା}: ରାଜ୍ୟସରକାର ଉତ୍ତମ ଶିକ୍ଷାବ୍ୟବସ୍ଥା ପାଇଁ ପ୍ରତିଟି ମୁହୂର୍ତ୍ତରେ ଧ୍ୟାନ ଦେଉଥିବା ବେଳେ , କିଛି ଅସାଧୁ ସରକାରୀ ବାବୁ ମାନଙ୍କ ପାଇଁ ଅନେକ ଜାଗାରେ ଲୁଟ ଓ ହେରାଫେରି ଦେଖିବାକୁ ମିଳୁଛି । ଠିକ ସେମିତି ଏକ ପୁରୁଣା ଓ ଅବହେଳିତ କୋଠା କୁ ସାଧାରଣରେ ସଜାଡି ରଙ୍ଗ ଦେଇ ପ୍ରାୟ 2ଲକ୍ଷ ଟଙ୍କା ହେରଫେର ହେବାର ଦେଖିବାକୁ ମିଳିଛି , ଓ ଅଭିଯୋଗ ବି ହେଉଛି। ଉକ୍ତ ଘଟଣାଟି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ର ହାଟମୁନିଗୁଡା ଗ୍ରାମର ଉଚ ପ୍ରାଥମିକ ବିଦ୍ୟାଳୟରେ ।

ଅର୍ଥିକବର୍ଷ 20-21 ରେ ବିଦ୍ୟାଳୟରେ ସରକାରଙ୍କ ଦେୟ ରେ ଉତ୍ତମ ଭୋଜନ ସହିତ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଡାଇନିଂ ହଲ ନିମନ୍ତେ ଅଟକଳ ମୂଲ୍ୟ 5,86,633 ଟଙ୍କା ବ୍ୟୟ ବରାତ ହୋଇଥିଥିଲା , ହେଲେ ଦୁର୍ଭାଗ୍ୟର କଥା ଏହାକୁ ପଂଚାୟତ ନିର୍ବାହୀ ଅଧିକାରୀ ଓ ରୋଜଗାର ସେବକ ମହାଶୟ ନିଜେ ଅତି ନିମ୍ନମାନର କାମ ସହିତ ପୁରୁଣା କୋଠା କୁ ମରାମତି କରି ରଙ୍ଗବେରଙ୍ଗ ର ଚିତ୍ରକଳା କରି ସାଧାରଣ ଲୋକ ଙ୍କୁ ଭୁଆଁ ବୁଲାଇ ଅର୍ଥ ହଡପ କରିଥିବା ଜଣାପଡ଼ିଛି । ଅତିନିମ୍ନମାନର କାମ କୁ ବହୁନିନ୍ଦା କୁ ବେଖାତିର କରି ଚାଲିଛନ୍ତି ।

ପ୍ରକାଶ ଥାଉ କି କେବଳ ନୀଳ ଟିଣ ଲଗାଇ ନିମ୍ନକାମ କୁ ଲୋଭନୀୟ ଭଳି ଦର୍ଶାଇ ବହୁ ଅର୍ଥ ହଡପ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବି ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଆଢୁଆଳର ମଧୁଚନ୍ଦ୍ରିକା ରେ ନିଜକୁ ଅତି ବିଦ୍ୱାନ ର ପରିଚୟ ଦେଉଛନ୍ତି । ନିରୀହ ଶିଶୁମାନଙ୍କ ଭାବିଷ୍ୟତ୍ ସହିତ ଖେଳ ଖେଳିବା କେତେ ଯଥାର୍ଥ ବଡ଼ ପ୍ରଶ୍ନ ଉଠୁଛି ।

ଏଠି ଆଉ ଗୋଟିଏ ଆଚାର୍ଯ୍ୟ ଜନକ ଘଟଣା ଯଦି ଏହି ଡାଇନିଂ ହଲ ର ମରାମତି କରାଯାଏ ତାହେଲେ ମରାମତି ବୋଲି ଲେଖିବା କଥା ତାହା ନ ଲେଖାହୋଇ ବର୍ତ୍ତମାନ ବାରମ୍ବାର ଖବର ପ୍ରସାରଣ ହେବାପରେ ପ୍ରସନ ଗୃହ ନିର୍ମାଣ ଲେଖା ଗଲା କିପରି ସେହି ସ୍ଥାନରେ ମରାମତି କାହିଁକି ଲେଖା ଯାଇ ପାରିଲାନାହିଁ। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ପାଇଁ ହାଟମୁନିଗୁଡା ସମାଜ ସେବୀ ଶ୍ରୀ ସୁକାନ୍ତ ସେଠୀ ଓ ରାମ ଉଲାକା ଦାବି କରିଛନ୍ତି। ଏହି ସମ୍ପର୍କରେ କୈଣସି ଉତ୍ତର ଦେବା ପାଇଁ ବିଷମକଟକ ବିଡିଓ ଆଲବଟ ଲାକ୍ରା ନାରାଜ ।