Tuesday, November 17, 2026
Home ଆଞ୍ଚଳିକ ଗ୍ରାମର ବିକାଶ ପାଇଁ ଉଦ୍ୟମ ଛାତ୍ରବୃତ୍ତି ଟଙ୍କାରେ ଗାଁ ପିଲାଙ୍କୁ ବହି ଓ କଲମ ବାଣ୍ଟିଲେ...

ଗ୍ରାମର ବିକାଶ ପାଇଁ ଉଦ୍ୟମ ଛାତ୍ରବୃତ୍ତି ଟଙ୍କାରେ ଗାଁ ପିଲାଙ୍କୁ ବହି ଓ କଲମ ବାଣ୍ଟିଲେ ଶିକ୍ଷିତ ଯୁବକ

39

ବାଲିଗୁଡା,09/02. { ସୁକାନ୍ତ କୁମାର ତ୍ରିପାଠୀ }କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିିରି ବ୍ଳକର ତଲାରିମାହା ପଞ୍ଚାୟତର ଶିକ୍ଷିତ ଯୁବକ ରାଜେଶ୍‍ କୁମାର ବଗର୍ତ୍ତିି। ତାଙ୍କର କାର୍ଯ୍ୟକୁ ନେଇ ଏବେ ସମଗ୍ର ଅଞ୍ଚଳରେ ବେଶ୍‍ ଆଲୋଚ୍ୟର ବିଷୟ ହୋଇଛି। କଟକ ସ୍ଥିତ ରେଭେନ୍ସା ମହାବିଦ୍ୟାଳୟର ଇତିହାସ ବିଭାଗର ଜଣେ ଛାତ୍ର। ସ୍ନାତନକତ୍ତୋର ପଢିବା ସମୟରେ ୟୁଜିସି ତଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଠାରୁ ରେଙ୍କ୍‍ ହୋଲଡ଼ର ବୃତ୍ତି ବାବଦକୁ ୬୨ ହଜାର ଟଙ୍କା ପାଇଥିଲେ। ବତ୍ତର୍ମାନ ଗ୍ରାମକୁ ଫେରି ସେହି ଟଙ୍କାରେ ଖାତା ଓ ବହି କିଣି ନିଜ ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରିଛନ୍ତି। ନିଜେ ଯେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ଯିବା ପାଇଁ ଉଦ୍ୟମ କରିଛନ୍ତି, ନିଜ ଜନ୍ମମାଟିର ପିଲାମାନେ ମଧ୍ୟ କିଭଳି ଭାବେ ଆଗକୁ ବଢି ପାରିବେ ସେ ନେଇ ତାଙ୍କର ଉଦ୍ୟମ ଜାରି ରଖିଥିବାର ପ୍ରକାଶ କରିଛନ୍ତି ରାକେଶ୍‍। ନିଜ ଜନ୍ମମାଟି ପ୍ରତି କର୍ତ୍ତବ୍ୟ ରହିଛି। ଗ୍ରାମର ଉନ୍ନତି ସହିତ ମୋ ଗ୍ରାମର ପିଲାମାନେ ଯେଭଳି ଭାବେ ଶିକ୍ଷାକ୍ଷେତ୍ରରେ ବିକଶିତ କରିପାରିବି ତାହା ମୋର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି ରାଜେଶ୍‍। ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ଜି.ଉଦଗୟିରି ବ୍ଳକ ତଲାରିମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତିୀ ଗତ ୨୦୧୯ ମସିହାର ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଇତିହାସ ବିଭାଗରେ ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପତ୍ନତତ୍ତ୍ୱ ନାମକ ବିଷୟବସ୍ତୁ ଉପରେ ଏମ୍‍.ଏ ଡ଼ିଗ୍ରି ହାସଲ କରିବା ପରେ ଗତ ବର୍ଷ ଶେଷ ସମୟରେ କରୋନା ମହାମାରୀ ଯୋଗୁଁ ସବୁଆଡ଼େ ହୋଇଥିବା ଲକନାଉନ୍‍ ଯୋଗୁଁ ନିଜ ଗ୍ରାମକୁ ଫେରିଥିଲେ।ଗ୍ରାମକୁ ଫେରିବା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଯୋଗୁଁ ସେ ନିଜ ଗ୍ରାମର ସବୁ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ଼୍‍ ନିୟମ ପ୍ରକାରେ ନିଜ ଘର ବାରଣ୍ଡାରେ ପ୍ରତିଦିନ ସକାଳ ୮ଟାରୁ ୧୧ଟା ଓ ସଂନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମଧ୍ୟ ମାଗଣାରେ ଶିକ୍ଷାଦାନ