ଆସିକା,୧/୧୦(କ୍ଷିରୋଦ ବେହେରା): ଆସିକା ଥାନା ଅନ୍ତର୍ଗତ କାଳଷଣ୍ଡପୁର ଗ୍ରାମ ହରିଜନ ହାଡି ସାହିରେ ଜୁଆ ଖେଳକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି । ପୋଲିସ କୈାଣସି ବିଶେଷ ସୁତ୍ରରୁ ଖବର ପାଇ କାଳଷଣ୍ଡପୁର ହରିଜନ ହାଡି ସାହିରେ ଚଢାଉ କରିଥିଲେ ।ସାହିରେ ଖେଳୁଥିବା କିଛି ଯୁବକ ପୋଲିସ ଭୟରେ ଦୈାଡି ଯାଇ ଅନ୍ୟ ଘରେ ଲୁଚି ଯାଇଥିଲେ । ପ୍ରକାଶ ଥାଉକି ସାହିର ତାରିଣି ବିଷୋୟୀ ଘରେ ପୋଲିସ ଗିରଫ ଭୟରେ ସାହିର କାହ୍ନା ନାୟକ ଲୁଚି ଯାଇଥିଲେ ।
ଏହି ଘଟଣା ଦେଖି ତାରିଣି ବିଷୋୟୀଙ୍କ ପୁଅ ଟୁକୁନା ବିଷୋୟୀ ପ୍ରତିବାଦ କରିବାରୁ କାହ୍ନା ଉତକ୍ଷିପ୍ତ ହୋଇ ତାରିଣିଙ୍କ ପୁଅକୁ ଅଶ୍ଲିଳ ଭାଷାରେ ଗାଲି , ଜୀବନରେ ମାରିଦେବାକୁ କହି ଆକ୍ରମଣ କରିଥିଲେ । ଏହି ଘଟଣା ବିରୁଦ୍ଧରେ ଟୁକୁନା ବିଷୋୟୀ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ ପରେ କାହ୍ନା ନାୟକଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି ।



