
ଜଟଣୀ,୦୮/୦୨/୨୦୨୧{ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର}: ଜଟଣୀବ୍ଲକ ଅନ୍ତର୍ଗତ ଗଡରଥୀପୁର ଖେଳପଡିଆଠାରେ ହବିବ୍କ୍ଲବ ଆନୁକୂଲ୍ୟରେ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଯାଇଛି । ଏଥିରେ ମୋଟ ୮ଟି ଦଳ ଭାଗନେଇଥିଲା ବେଳେ ଫାଇନାଲ ଦିବସରେ ତରାବୋଇ ସହିତ ମେଣ୍ଢାଶାଳ ମଧ୍ୟରେ ରୋମାଚଂକର ଖେଳ ପ୍ରଦର୍ଶନ ହୋଇଥିଲା ।
ଜବାବରେ ତରାବୋଇକୁ ହରାଇ ମେଣ୍ଢାଶାଳ ୩-୦ରେ ବିଜୟୀ ହୋଇଥିଲା । ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମୂଖ୍ୟ ଅତିଥୀଭାବେ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ,ସମ୍ମାନିତ ଅତିଥୀଭାବେ ପୁର୍ବତନ ଭଲିବଲ ଖେଳାଳୀ ଜଗନ୍ନାଥ ଦାଶ,ଯୁବନେତା ପ୍ରମୋଦ ହରିଚନ୍ଦନ,ପୁର୍ବତନ କାଉନସିଲର ଲୁସେନ ରାୟ,ନୈାସର ଅଲୀ,ଜଟଣୀନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଚମ୍ପିୟନଦଳ ମେଣ୍ଢାଶାଳ ଟିମକୁ ନଗଦ ୫ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସଅପ ତରାବୋଇ ଟିମକୁ ନଗଦ ୩ହଜାର ଟଙ୍କା ସହିତ ଟ୍ରଫି ଅତିଥୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ଏହି ଏକଦିବସୀୟ ଟୁର୍ଣ୍ଣାମେଂଟକୁ ହବିବ୍ କ୍ଲବପକ୍ଷରୁ ଅଜଗର ଖାନ,ତବାରକ ଶାହା,ମୀର ନସିମ,ମହମ୍ମ୍ଦ ହବିବ୍, ହମଶେର ଖାନ,ସାଗର ଖାନ,ଅଇନୁଲ ଖାନ,ଜମିର ଶାହା ଏବଂ ସିରାଜ ଶାହାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।




