
ଜଟଣୀ,{ସଞ୍ଜୀବ କୁମାର}: ସୋମବାର ଜଟଣୀସ୍ଥିତ କୁଦିଆରୀଠାରେ ପୁର୍ବତନ ଏଖରାଜାତ ମାହାଲ ରୟତ ସୁରକ୍ଷାକମିଟି ଏବଂ ଆଚଂଳିକ ଭିଟାମାଟି ସୁରକ୍ଷା ମଂଚ ଆନୁକୂଲ୍ୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
ବିଜେଡିର ପୁର୍ବତନ ରାଜ୍ୟସମ୍ପାଦକ ତଥା ସମାଜସେବୀ ସନ୍ତୋଷ ଜେନାଙ୍କ ଆତିଥ୍ୟରେ ଏହି ଖବରଦାତା ସମ୍ମିଳନୀର ଆୟୋଜନ ହୋଇଥିଲା । ପୁର୍ବତନ ଏଖରାଜାତ ମାହାଲ ରୟତସୁରକ୍ଷା କମିଟିର ସଭାପତି କୈଳାଶ ମହାପାତ୍ର ଏବଂ ଭିଟାମାଟି ସୁରକ୍ଷାମଂଚର ସଭାପତି ସୁଦର୍ଶନ ସୁନ୍ଦରାୟ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥ ନାମରେ ହୋଇଥିବା ଜମିର ମାଲିକାନାସ୍ୱତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟେ ସଭାପତି କହିଥିଲେ ଯେ, ପ୍ରଥମତଃ ଜଟଣୀର ୧୧ଟି ମୈାଜାର ପ୍ରଜାମାନେ ଆଜିକୁ ୯ବର୍ଷହେଲା ହଇରାଣ ହର୍କତ ହେଉଛନ୍ତି ।
ସେଥିପ୍ରତି କାହାର ଦୃଷ୍ଟି ନଥିଲା । ଜନସାଧାରଣମାନଙ୍କ ଅଭିଯୋଗପରେ ଏହାର ସମାଧାନପାଇଁ ରାଜ୍ୟ ସରକାରଙ୍କ ନିକଟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜଟଣୀର ପୁର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ସହଯୋଗରେ ବର୍ତମାନ ପ୍ରଜାମାନେ ସେମାନଙ୍କ ଭିଟାମାଟିର ମାଲିକାନାସ୍ୱତ୍ୱ ଫେରିପାଇବାକୁ ଯାଉଛି ।

ମାତ୍ର ରବିବାର ଭାଜପାଦଳର କେତେକ କର୍ମି ସେମାନଙ୍କ ସହଯୋଗ ଏବଂ ମାନ୍ୟବର ସାଂସଦ ମହୋଦୟାଙ୍କ ବଳିଷ୍ଠ ଉଦ୍ୟେମରେ ଏହାର ସମାଧାନ ହେବାକୁ ଯାଉଛି ବୋଲି ଖବରଦାତା ସମ୍ମିଳନୀ ମାଧ୍ୟମରେ ଜଟଣୀବାସୀଙ୍କୁ ଭ୍ରମିତ କରୁଛନ୍ତି ।
ବିଜେଡିର ବରିଷ୍ଠନେତାଙ୍କ ବିରୋଧରେ ଉଭୟେ କଂଗ୍ରେସ ଓ ଭାଜପା ଯେଉଁସବୁ ଜମିସମସ୍ୟାଭିତିକ ମନ୍ତବ୍ୟ ଦେଇଆସୁଛନ୍ତି, ତାହା ଭିତିହୀନ ଓ କପୋଳକଳ୍ପିତ । ଜଟଣୀର ପୁର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଖୋର୍ଦ୍ଧାବିଧାୟକ ରାଜେନ୍ଦ୍ର ସାହୁ ଏବଂ ଆନ୍ଦୋଳନ କମିଟିର ସଦସ୍ୟମାନଙ୍କୁ ନେଇ ମାନ୍ୟବର ଆଇନମନ୍ତ୍ରୀ,ଆଇନସଚିବ,ଦେବୋତର କମିଶନ ସହିତ ଆଲୋଚନା କରିଥିବା ଏହି ଖବରଦାତା ସମ୍ମିଳନୀରେ ମଚାଂଧୀନ ଅତିଥୀମାନେ ମତବ୍ୟକ୍ତ କରିଥିଲେ ।

ତେବେ ଏଥିରେ ରାଜ୍ୟସରକାର ରାଜସ୍ୱବିଭାଗକୁ ଏକପତ୍ର ମାଧ୍ୟମରେ ଜଟଣୀ ଅଂଚଳର ଜମିସମସ୍ୟା ସମାଧାନଲାଗି ସ୍ୱତନ୍ତ୍ର ନ୍ୟାୟାଳୟ ଖୋଲିବାକୁ ପ୍ରସ୍ତାବିତ କରିଥିଲେ । ଏହି ନ୍ୟାୟାଳୟ ସପ୍ାହକୁ ୨ଦିନ ଖୋଲାଯିବ ଏବଂ ଲୋକମାନଙ୍କ ଜମିସମସ୍ୟାର ସମାଧାନ ଉପରେ ପଦକ୍ଷେପ ନିଆଯିବ । ହେଲେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ପରବର୍ତି ସମୟ ତଥା ଗତ୧୧ମାସଠାରୁ ସ୍ୱତନ୍ତ୍ରକୋର୍ଟର ସ୍ଥାପନା ହୋଇଥିଲେ ମଧ୍ୟ ଏହି ମାମଲା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଫଳରେ ଏହାର ସମାଧାନ କରିବାଲାଗି ମଙ୍ଗଳବାର ଉଭୟେ ସୁରକ୍ଷାକମିଟିମାନଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।
ତେଣୁ ଏସବୁ ଘଟଣାର କ୍ରମ ଏହିପରି ରହିଥିବା ବେଳେ ଜଟଣୀବାସୀଙ୍କୁ ଭ୍ରମିତ କରିବାଲାଗି ଉଭୟେ କେନ୍ଦ୍ରୀୟ ରାଜନୈତିକ ଦଳ ତଥା ଭାଜପା ଓ କଂଗ୍ରେସ ଦଳର କର୍ମିମାନେ ଚକ୍ରାନ୍ତ ଚଳାଇଥିବା କୁହାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପୁର୍ବତନ ଏଖରାଜାତ ମାହାଲ ରୟତ ସୁରକ୍ଷା କମିଟିର ସଭାପତି କୈଳାଶ ମହାପାତ୍ର,ଭିଟାମାଟି ସୁରକ୍ଷାମଂଚ ସଭାପତି ସୁଦର୍ଶନ ସୁନ୍ଦରାୟ, ଖୋର୍ଦ୍ଧାଜିଲା ବିଜୁଜନତାଦଳ ଉପସଭାପତି ଅନନ୍ତ ଶତପଥୀ,ଅଖିଳ ମିଶ୍ର, ବିରକିଶୋର ବାରିକ, ସରୋଜ ସ୍ୱାଇଁ, ପ୍ରଦୀପ ବଳିୟାରସିଂହ, ଶଶାଙ୍କ ଶେଖର ରାୟଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ ।


