Wednesday, July 22, 2026
Home ଆଞ୍ଚଳିକ ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

43

ବେଗୁନିଆପଡା,୦୭/୦୨(ଦେବାଶିଷ ମହାରଣା):ତାଳସର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବ ରେ କଂଗ୍ରେସ ନେତା ତଥା ବିଶିଷ୍ଠ ସମାଜସେବୀ ବୁଲା ଜେନା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ଆସନ୍ତା ୧୬ ତାରିଖ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିଲା ବେଳେ ଆଜିର ଉଦ୍ଘାଟନୀ ମ୍ୟାଚ କୁମାରିପାରି ଓ ଓଡନଈ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।କୁମାରିପାରି ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ଧୂଆଁଧାର ୨୩୬ ରନ କରିଥିବା ବେଳେ ଓଡନଈ ଦଳ ୧୫ ଓଭର ରେ ମାତ୍ର ୧୧୦ ରନ କରିଥିଲା । ସନ୍ନତ୍ତ ତାରିଣୀ ବିସ୍ପୋରକ ବ୍ୟାଟିଂ କରି ୧୧୨ ରନ ର ଇଂନିସ ଖେଳି ଶ୍ରେଷ୍ଠ ଖେଳାଳି ପୁରସ୍କୃତ ହୋଇଥିଲେ ।

ଭାଇଚାରା ର ସଂମ୍ପର୍କ ବଜାୟ ରଖିବା ଓ ଖେଳୁଆଡ଼ ମନୋଭାବ ରେ ଖେଳ ସମ୍ପୂର୍ଣ କରିବାକୁ ଯୁବ ଖେଳାଳି ଙ୍କୁ ଆହ୍ୱାନ ଦେଇଥିଲେ ଶ୍ରୀ ଜେନା । ଆଜିର ଏହି ଟୁର୍ନାମେଣ୍ଟ ରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ତ୍ରିନାଥ ସାମନ୍ତରାୟ,ପୂର୍ବତନ ବିଶିଷ୍ଠ ଖେଳାଳି ତଥା ସମାଜସେବୀ କୃଷ୍ଣଚନ୍ଦ୍ର ସାହୁ, ପ୍ରଶନ ରଥ, କୃଷ୍ଣଚନ୍ଦ୍ର ଭୂୟାଁ, ସହଦେଵ ବିଶୋଇ, ପୂବତନ ସରପଞ୍ଚ ପଦ୍ମ ଚରଣ ସ୍ୱାଇଁ, ତ୍ରିନାଥ ଦୋରା ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉସ୍ତାହିତ କରିଥିଲେ ।