Home ଅପରାଧ ଆସିକାରେ ପୁଣି ଲୁଟେରାଙ୍କ ଆତଙ୍କ : ଭାରତ ଫାଇନାନ୍ସ ଏଜେଟଂଙ୍କ ଠାରୁ ୮୦ ହଜାର ଟୀଙ୍କା...

ଆସିକାରେ ପୁଣି ଲୁଟେରାଙ୍କ ଆତଙ୍କ : ଭାରତ ଫାଇନାନ୍ସ ଏଜେଟଂଙ୍କ ଠାରୁ ୮୦ ହଜାର ଟୀଙ୍କା ଲୁଟ

72


ଆସିକା,୧/୧୦ (କ୍ଷିରୋଦ ବେହେରା): ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡି ଅଧିନ ମାଗୁରା ଗ୍ରାମ ଠାରେ ଦିନ ୧୧ଟା ବେଳେ ଆସିକା ଟାଉନରେ ଥିବା ଭାରତୀ ଫାଇନାନ୍ସ କମ୍ପାନୀର ଏଜେଟଂଙ୍କ ଠାରୁ ରାସ୍ତାରେ ଅଟକାଇ ୩ଜଣ ଅଜଣା ଦୁବୃର୍ତ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନ ୧୧ଟା ବେଳେ ଭାରତୀ ଫାଇନାନ୍ସର ଏଜେଟଂ କୃଷ୍ଣଙ୍କ ଠାରୁ ବିଭିନ୍ନ ମହିଳା ଗ୍ରୁପ ଠାରୁ ଋଣ ଟଙ୍କା ଆଦାୟ କରି ଆସିକା ଅଫିସ ଫେରୁଥିବା ବେଳେ ୩ ଜଣ ଅଜଣା ଦୁବୃର୍ତ ଏକ ମୋଟର ସାଇକେଲରେ ଆସି ମାଗୁରା ପାହାଡ ରାସ୍ତା ଠାରେ ଅଟକାଇ ବିଭିନ୍ନ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

ଆସିକାରେ ପୁଣି ଲୁଟେରାଙ୍କ ଆତଙ୍କ, Image:pubg.starladder

ଏହି ଘଟଣା ବିରୁଦ୍ଧରେ ଏଜେଟଂ କୃଷ୍ଣ ସାହୁ ଥାନାରେ ଏତାଲ କରିଛନ୍ତି । ପୋଲିସ ଘଟଣା ତଦନ୍ତ ଜାରି ରଖିଛି । ଏତିକି ବେଳେ ପୁର୍ବରୁ ନିରାଳ ଋଷିପୁର ଠାରେ ସାଗ୍ରାହା ଫାଇନାନ୍ସ କମ୍ପାନୀ ଏଜେଟଂ ଠାରୁ ୨ଲକ୍ଷ ଲୁଟ , ଭେଟନଇ ପଲ୍ଲୀମାଳ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ ମହିଳା ଏଜେଟଂ ରୋଜି ବାରିକ ଠାରୁ ଲୁଟ, ସେହିପରି ଆସିକା ଡିପଲ ସ୍କୁଲ ସମ୍ମୁଖରେ ଜଣେ ମିଠା ବ୍ୟବସାୟୀଙ୍କ ଠାରୁ ୮ହଜାର ଟଙ୍କା, ଗୋଟଏ ମୁଲ୍ୟବାନ ମୋବାଇଲ ଓ କେତେକ ଉପକରଣକୁ ଲୁଟି ନେଇଥିବା ଘଟଣା ଘଟିଥିଲା । ପୁଣି କିଛି ଦିନ ବ୍ୟବଧାନରେ ଆସିକାରେ ଲୁଟେରା ମାତିଛନ୍ତି ।