Tuesday, November 17, 2026
Home ଜିଲ୍ଲା ପ୍ରଶାସନର ଜାଣତରେ ଚାଲିଛି ନିମ୍ନମାନର ଡାଇନିଂ ହଲ କାର୍ଯ୍ୟ, ଜିଲ୍ଲାପାଳ ସବୁ ଜାଣି ଅଜଣା ହୋଇ...

ପ୍ରଶାସନର ଜାଣତରେ ଚାଲିଛି ନିମ୍ନମାନର ଡାଇନିଂ ହଲ କାର୍ଯ୍ୟ, ଜିଲ୍ଲାପାଳ ସବୁ ଜାଣି ଅଜଣା ହୋଇ ରହିଛନ୍ତି !

151

ବିଷମକଟକ,{ପ୍ରସନ କୁମାର ପଣ୍ଡା}: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ପଚାୟତ ରେ ପ୍ରଶାସନର ଜାଣତ ରେ ଚାଲିଛି ହାଟମୁନିଗୁଡା ଡାଇନିଂ ହଲ କାର୍ଯ୍ୟ।ଜିଲ୍ଲା ପାଳ ସବୁ ଜାଣି ଅଜଣା ହୋଇ ବସି ଛନ୍ତି। ଏବଂ ଠିକା ସରକା ରୀ କର୍ମଚାରୀ ଙ୍କୁ ଘଣ୍ଟ ଘୋଡେ଼ଇ ବା ପ୍ରଶାସନର ଦାଇତ୍ଵ।ତେଣୁ ବିଭିନ୍ନ ଖବର କାଗଜରେ ଏହି ଡାଇନିଂ ହଲ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ କରି ସରକାରୀ ଟଙ୍କା ହଢପ୍ ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ମଧ୍ୟ ଜିଲ୍ଲା ପାଳ କାହିଁକି ଚୁପ୍ ହୋଇ ବସି ଛନ୍ତି। ଏବଂ ଜିଲ୍ଲା ପାଳ ମଧ୍ୟ ସାମିଲ ଥିବା ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଚାଲିଛି। ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ ।

ପୁରୁଣା କୋଠା କୁ ନୂଆ ଦର୍ଶାଇ ସରକାରୀ ଟଙ୍କା ହଢପ୍।ଠିକାଦାର ପାଲଟି ଛନ୍ତି ଜି ଆର ଏସ୍ ଓ ପି ଇ ଓ। ଅଭିଯୋଗ ଆଣିଛନ୍ତି ସମାଜ ସେବୀ ସୁକାନ୍ତ ସେଠୀ ଓ ରାମ ଉଲାକ।ଏଠି ଗୋଟିଏ ବଡ କଥା ହେଉଛି ଏତେ ସବୁ ଖବର ପ୍ରସାରଣ ହେବା ପରେ ମଧ୍ୟ ପ୍ରଶା ସନର ବା ବ୍ଲକ୍ ର କୈଣସି ଅଫିସର ଗୁରୁତ୍ୱ ର କାହିଁକି ନେଉ ନାହାଁନ୍ତି। ରାଜ ନୈତିକ ଚାପରେ ଜିଲ୍ଲା ପ୍ରଶାସନ ନୁହେତ। ଯଦି ରାଜ ନୈତିକ ଚାପରେ ଜିଲ୍ଲା ପ୍ରଶାସନ ତାହେଲେ ଏଠି ଗୋଟିଏ ବଡ କଥା ଜଣେ ସରକାରୀ କର୍ମଚାରୀ ନିଜେ ଠିକା କାର୍ଯ୍ୟ କରୁଛନ୍ତି।ଆନୁ ମାନିକ ଗୋଟିଏ ଜିଲ୍ଲା ପାଳ ଙ୍କ ର ଦରମା ମାଷକୁ ପଚାସ ହଜାର ଟଙ୍କା ହୁଏ ତାହାଠୁ ଅଧିକ ଆଦାୟ କରୁଛନ୍ତି ବିଷମକଟକ ଜି ଆର ଏସ୍ ମାନେ।

ଭିଜିଲାନ୍ସ ତଦନ୍ତ କରିଲେ ସବୁ ରହସ୍ୟ ସାମ୍ନାକୁ ଆସିବ। ସେମାନଙ୍କୁ ଏତେ ସମ୍ପତି ଆସି ଲା କେଉଁଠୁ। ଏହି ପରି ସରକାରୀ କର୍ମଚାରୀ ପାଲଟିଛି ଠିକାଦାର।ତାକୁ ସହାୟତା କରୁଛନ୍ତି ବଡ ବଡିଆ ବାବୁମାନେ। ଅତି ଦୁଖର ବିଷୟ ମିଳିଥିବା ସୂଚନା ଅନୁସାରେ ହାଟମୁନିଗୁଡା ଏମ୍ ଇ School ରେ ଡାଇନିଂ ହଲ ପାଇଁ 5 ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି।ଏହି ବିଦ୍ୟାଳୟ ରେ ମୋଟ 140 ଛାତ୍ର ଛାତ୍ରୀ ଅଧ୍ୟୟନ mlକରୁଛନ୍ତି। ଶିକ୍ଷାଥୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରିବେଷଣ ନିମନ୍ତେ ହୋଇ ଥିବା ଜଣାପଡିଛି।

ଆଉ ଏହି କାର୍ଯ୍ୟ ପି ଇ ଓ ହାଟମୁନିଗୁଡା ଜି ଆର ଏସ୍ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି ଯେ ପରିତ୍ୟକ୍ତ ହୋଇ ପଡି ରହିଥିବା ପୁରୁଣା କୋଠା କୁ ମରାମତି କରାଇ ନୂଆ ଦର୍ଶାଯାଇ ଟଙ୍କା ହଢପ୍ କରି ଦିଆଯାଇଛି। ପ୍ରତେକ ଜି ଆର ଏସ୍ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗରିବ ମାନଙ୍କ ଠାରୁ ଗୋଟିଏ ଘର ପିଛା 6 ହଜାର ଟଙ୍କା ଲାଞ୍ଜ ନେଇ ଥାଆନ୍ତି ଜି ଆର ଏସ୍ ମାନେ ଘରର ଜାଗାଠାରୁ ଆରମ୍ଭ କରି ଶେଷ ହେବା ପର୍ଯ୍ୟନ୍ତ। ଏହି ବିଷୟରେ କୈଣସି ଅଫିସର ତଦାରଖ କରୁଛନ୍ତି କି। ଏହି ପିରି ସରକାରୀ ମାଲାମାଲ ଜନ ସାଧାରଣ ବେହାଲ। ହାଟମୁନିଗୁଡା ଡାଇନିଂ ହଲ ସମ୍ପର୍କରେ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ ହେବାପରେ ସରକାରୀ ର ବଡ ବଡ ଅଧିକାରୀ ମାନେ ମଧ୍ୟ ସାମିଲ ଅଛନ୍ତି। ତେଣୁ ସେମାନଙ୍କୁ ଘଣ୍ଟ ଘୋଡେ଼ଇ ବା ଜିଲ୍ଲା ପ୍ରଶାସନ କାମ।