Home ଆଞ୍ଚଳିକ ସୁନ୍ଦରଗଡ଼ରେ ସାହାଣୀ କପ୍ ପ୍ରତିଯୋଗିତା ଉଦଘାଟିତ

ସୁନ୍ଦରଗଡ଼ରେ ସାହାଣୀ କପ୍ ପ୍ରତିଯୋଗିତା ଉଦଘାଟିତ

65

ସୁନ୍ଦରଗଡ଼ ,୦୬/୦୨(ବିଶ୍ବରଂଜନ ହୋତା) : ଜିଲ୍ଲା କ୍ରୀଡ଼ା ସଂସଦ ଓ ଫାଓ ଆନୁକୁଲ୍ୟରେ ଆଜି ସୁନ୍ଦରଗଡରେ ଆନ୍ତଃ ଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା “ସାହାଣୀ କପ୍” ଆଜି ହର୍ଷ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି। ଆଜିର ଏହି ସମାରୋହରେ ସୁନ୍ଦରଗଡ଼ର ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଓ ଫାଓ ଉପସଭାପତି ଶ୍ରୀ ରବିନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ତାଙ୍କ ସମ୍ଭାଷଣରେ ଜିଲ୍ଲା କ୍ରୀଡ଼ା କ୍ଷେତ୍ରରେ ଅନେକ ଉନ୍ନତି କରୁଛି ବୋଲି କହିଥିଲେ। ତତ୍ ସହିତ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ପ୍ରଶାସନ ସଦାସର୍ବଦା ଚେଷ୍ଟିତ ତଥା ତତ୍ପର ଅଛି ବୋଲି ପ୍ରକାଶ କରିଥିଲେ। କ୍ରୀଡ଼ା ସଂସଦ ଏଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରୁଥିବାରୁ ସେ ସାଧୁବାଦ୍ ଜଣାଇବା ସହିତ ଭବିଷ୍ୟତରେ ଅନ୍ୟ ଖେଳର ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତା କରିବା ପାଇଁ ଆଶା ପ୍ରକଟ କରିବା ସହିତ କ୍ରୀଡ଼ା ସଂସଦର ଭୂମିକାକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭିକ ଭାଷଣରେ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଏହି ପ୍ରତିଯୋଗିତା ଆୟୋଜନରେ ପ୍ରଶାସନର ସହାୟତା ଓ ସହଯୋଗ ପାଇଁ ଅଶେଷ କୃତଜ୍ଞତା ଜଣାଇବା ସହିତ ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ।
ଆଜି ଉଦଘାଟନୀ ମ୍ୟାଚରେ ଦେବଗଡ଼ ଜିଲ୍ଲା କେନ୍ଦ୍ରାପଡ଼ା ଜିଲ୍ଲାକୁ ୪-୦ ଗୋଲ୍ ରେ ପରାସ୍ତ କରିଥିଲା। ଦେବଗଡ଼ ଦଳର ଚକ୍ର କିସାନ ମ୍ୟାଚ୍ ର ୫ମ,୪୪ତମ ଓ ୯୦ତମ ମିନିଟ୍ ରେ ୩ ଟି ଗୋଲ୍ କରିଥିବା ବେଳେ ସୁମନ୍ ବାବୁ ୮୮ତମ ମିନିଟ୍ ରେ ଏକ ଗୋଲ୍ ପ୍ରଦାନ କରିଥିଲେ। ମ୍ୟାଚରେ ପରିପକ୍ଵ ଓ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ଦେବଗଡ଼ ଜିଲ୍ଲାର ସଞ୍ଜୟ କିସାନଙ୍କୁ ମ୍ୟାଚ୍ ର ସର୍ବଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଜିଲ୍ଲାର ଚାରିଜଣ ପ୍ରାକ୍ତନ ଫୁଟବଲ୍ ଖେଳାଳୀ କାର୍ତ୍ତିକ ରକ୍ସା,ନିତ୍ୟାନନ୍ଦ ଦାସ,ସନ୍ତୋଷ ସୁନ୍ୟାନି ଓ ଚିତ୍ତରଂଜନ ନାଏକଙ୍କୁ ସୁନ୍ଦରଗଡ଼ ଫୁଟବଲ୍ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ତତ୍ ସହିତ ପୂର୍ବତନ ସାଧାରଣ ସମ୍ପାଦକ ଆନନ୍ଦ ଚନ୍ଦ୍ର ନାଏକ ଓ ବରିଷ୍ଠ ସଦସ୍ୟ ଅବଦୁଲ ସତ୍ତାର୍ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ମ୍ୟାଚ୍ ପୂର୍ବରୁ ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ଛାତ୍ରୀ ମାନଙ୍କ ସହିତ ପଡିଆକୁ ପ୍ରବେଶ କରିଥିଲେ ଖେଳାଳୀ। ସୁନାମଧନ୍ୟ କଣ୍ଠଶିଳ୍ପୀ ରିତା ସାହୁଙ୍କ ସ୍ଵାଗତ ସଙ୍ଗୀତ ଖେଳାଇ ଦେଇଥିଲା ଅପୂର୍ବ ମାଧୂର୍ଯ୍ୟ। ଏହି ମ୍ୟାଚରେ ଫାଓ ମୁଖ୍ୟ ରେଫରୀ ଦୁର୍ଗାମାଧବ ନାଏକ ମ୍ୟାଚ୍ କମିଶନର ଭାବରେ କାର୍ଯ୍ୟ ନିର୍ବାହ କରିଥିବା ବେଳେ ପ୍ରଶାନ୍ତ ବେହେରା,କୃଷ୍ଣଚନ୍ଦ୍ର ଟୁଡୁ,ପୂର୍ଣ୍ଣଚନ୍ଦ୍ର ସୁରେନ୍ ଓ କିଶନ ଦାଶ ରେଫରି ଭାବରେ ଏବଂ ରବୀନ୍ଦ୍ର କୁମାର ମହାପାତ୍ର ପର୍ଯ୍ୟବେକ୍ଷକ ରୂପରେ କାର୍ଯ୍ୟ ସମ୍ପାଦନ କରିଥିଲେ।ଆଜିର ଏହି ମ୍ୟାଚ୍ କ୍ରୀଡ଼ା ସଂସଦ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସହ ସମ୍ପାଦକ ଜୟଦେବ ପାତ୍ର,ଉପସଭାପତି ଚିତ୍ତରଂଜନ ବହିଦାର,ରାଜେନ୍ଦ୍ର ମହାନ୍ତି ତଥା ସଦସ୍ୟ ଅଶ୍ଵିନୀ ଭୋଳ,ନିତ୍ୟାନନ୍ଦ ବଳ,ଶିଶିର ପଟେଲ୍,ଅଜୟ ବହିଦାର,ସୁରଜ୍ ଭାଇଁଶାଲ,ପ୍ରସାଦ ନାଏକ,ରୋମାଞ୍ଚ ଭାଇଁଶାଲ୍,ଅଶୋକ ବରେଇ, ବିମଳ ବୋଷ,ପ୍ରଶାନ୍ତ ପଟେଲ୍,ରବୀନ୍ଦ୍ର ରଣା,ବିରମିତ୍ର କାଲୋ ,ଆଶିଷ ଦେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସଦସ୍ୟ ବିଶ୍ବରଂଜନ ହୋତା ମଞ୍ଚ ପରିଚାଳନା କରିଥିଲେ।