Saturday, November 14, 2026
Home ଆଞ୍ଚଳିକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲିଗୁଡା ରେ ଅଭିଭାବକ ବୈଠକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲିଗୁଡା ରେ ଅଭିଭାବକ ବୈଠକ

169

ବାଲିଗୁଡା , ( ଜିଲ୍ଲା ଖବର ): ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲିଗୁଡା ଠାରେ ୫ ତାରିଖ ଦିନ ଅପରାହ୍ନ ୩ ଘଣ୍ଟା ସମୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ନବମ ଓ ଦଶମ ଶ୍ରେଣୀ ଅଭିଭାବକ ଓ ଅଭିଭାବିକା ମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା | ଅଭିଭାବକ ଶ୍ରୀ ସୁକାନ୍ତ କୁମାର ତ୍ରିପାଠୀ ମା ସରସ୍ବତୀ ଙ୍କ ଠାରେ ଦୀପ ପ୍ରଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ | ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଅତିଥି ଙ୍କ ପରିଚୟ ପ୍ରଦାନ କରିବା ସହିତ ବୈଠକ ଆହ୍ୱାନର ଆଭିମୁଖ୍ୟ ବର୍ଣନା କରିଥିଲେ | ଅଭିଭାବକ ଓ ଅଭିଭାବିକା ମାନେ ନିଜେ ନିଜର ପରିଚୟ ପ୍ରଦାନ କରିଥିଲେ | ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଅଭିଭାବକ ସମସ୍ୟା ର ସମାଧାନ କରିବା ସହିତ ନବମ ଶ୍ରେଣୀ ଶିଶୁ ଙ୍କର ପାଠପଢା ନିମନ୍ତେ କରିଥିବା ଯୋଜନା ଦଶମ ଶ୍ରେଣୀ ଶିଶୁ ଙ୍କର ପାଠପଢା, ପରୀକ୍ଷା ଓ ଆଗାମୀ ଯୋଜନା ବିଷୟରେ ଉପାଦେୟ ଯୋଜନା ଅଭିଭାବକ ସମୁଖରେ ଉପସ୍ଥାପନା କରିଥିଲେ | ନବମ ଓ ଦଶମ ଶ୍ରେଣୀ ପାଠ୍ୟ ଦାନ କରୁଥିବା ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଓ ଅଭିଭାବକ ମଧ୍ୟରେ ପାଠପଢା ସମ୍ବଧିୟ ମୁକ୍ତ ଆଲୋଚନା ହୋଇଥିଲା |ପରିଚାଳନା କମିଟି ର ସମ୍ପାଦକ ଶ୍ରୀଯୁକ୍ତ ଅନନ୍ତ କୁମାର ଦାଶ ଓ ସଦସ୍ୟା ଶ୍ରୀମତୀ ମନୋରମା ମିଶ୍ର ଛାତ୍ରଛାତ୍ରୀ ଙ୍କ ଉର୍ନତି ନିମନ୍ତେ ଉପାଦେୟ ବ୍ୟକ୍ତବ୍ୟ ପ୍ରଦାନ କରିବା ସହିତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଓ , ଛାତ୍ରଛାତ୍ରୀ ଓ ଅଭିଭାବକ,ଅଭିଭାବିକା ପରସ୍ପର ସହଯୋଗ କରିବାକୁ ଆଗ୍ରହ ରଖିଥିଲେ | ବିଦ୍ୟାମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |