
ବ୍ରହ୍ମପୁର ତା ୬-୨-୨୦୨୧ , ମୋଦି ସରକାର ର କୃଷକ ବିରୋଧି ୩ଟି କୃଷି ଆଇନ ପ୍ରତ୍ୟାହାର କର ଏବଂ କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦ କର ଦାବିରେ ଆଜି ଦେଶବ୍ୟାପୀ ଚକା ଜାମ ଆନ୍ଦୋଳନ ପରିପ୍ରେକ୍ଷୀରେ ବ୍ରହ୍ମପୁର ସ୍ଥିତ ଲାଂଜିପଲ୍ଲୀ୧୬ ନମ୍ବର ଜାତୀୟ ରାଜପଥ ଠାରେ ଚକା ଜାମ ଓ ରାସ୍ତା ଅବରୋଧ ଆନ୍ଦୋଳନ ସଂଗଠିତ ହୋଇଯାଇଛି । ପୂର୍ବାହ୍ନ ୧୨ଠାରୁ ଅପରାହ୍ନ ୨ଘଣ୍ଟା ଯାଏଁ ଆନ୍ଦୋଳନ କାରି ମାନେ ରାସ୍ତା ଅବରୋଧ କରିବା ଫଳରେ ରାଜପଥ ର ଚତୁର୍ପାର୍ଶ୍ୱରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ହଜାର ହଜାର ଗାଡି ଅଟକି ରହିବା ଯୋଗୁଁ ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଆନ୍ଦୋଳନ ସ୍ଥଳରେ ପହଂଚି ପ୍ରାୟ ଶତାଧିକ ଆନ୍ଦୋଳନ କାରୀଙ୍କୁ ଗିରଫ କରି ଥିଲେ । ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଆଜିର ଏ ଚକା ଜାମ ଆନ୍ଦୋଳନ ଜରିଆରେ କେନ୍ଦ୍ର ସରକାର ଙ୍କୁ ଚେତାଇ ଦିଆଯାଇଛି ଜେ ଦିଲ୍ଳୀ ଚାଲ କୃଷକ ଆନ୍ଦୋଳନ ପ୍ରତି ଅଭୁତ ପୂର୍ବ ଜନ ସମର୍ଥନ ବୃଦ୍ଧି ପାଉଛି ଏବଂ ଆଜିର ଚକା ଜାମ ଆନ୍ଦୋଳନ ସଫଳ ହୋଇଛି । ଆଜକୁ ୭୪ଦିନ ଧରି ଦିଲ୍ଳୀ ର ସୀମାନ୍ତ ରେ ଶାନ୍ତି ପୂର୍ଣ୍ଣ ଭାବେ କୃଷକ ଆନ୍ଦୋଳନ ଚାଲୁ ରହିଛି ଏବଂ ପ୍ରାୟ ୨୦୦ରୁ ଉର୍ଦ୍ଧ ଚାଷୀ ମୃତ୍ୟୁ ବରଣ କଲେଣି ତା ସତ୍ୱେ ମୋଦି ସରକାର ନିରବ ଦ୍ରଷ୍ଟା ସାଜିବା ଘୋର ନିନ୍ଦନୀୟ ଘଟଣା ବୋଲି ଇଓକଝଉଉ ପକ୍ଷରୁ ଅଭିଯୋଗ କରାଯାଇଛି । କର୍ପୋରେଟ ସପକ୍ଷବାଦୀ -କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟା ହାର ନହଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।
ଆଜିର ଏ କାର୍ୟ୍ୟକ୍ରମ ରେ ଓଡିଶା କୃଷକ ସଭା ର ନେତା ବସନ୍ତ ନନ୍ଦ,ଗୋପାଳ ପାଣିଗ୍ରାହୀ, ବିଦ୍ୟାଧର ଜେନା, ବାବୁଲା ନାୟକ, କୋରାମଣି ଗୌଡ଼, ଯୋଗୀ ଚର୍ଚି, ବାଉରୀ ବନ୍ଧୁ ପ୍ରଧାନ, ଏବଂ ଏ ଆଇ କେ ଏସ ର ନେତା ସୁଦର୍ଶନ ସ୍ୱାଇଁ, ଅନନ୍ତ ମହାଙ୍କୁଡ, ବୈରାଗୀ ରେଡ୍ଡୀ, ଏସ ଏନ ମହାପାତ୍ର, ସୁନୀଲ ବେହେରା, ପ୍ରକାଶ ବେହେରା, ମହେନ୍ଦ୍ର ପାତ୍ର, ଓ ଏ ଆଇ କେ ଏମ ଏସ ର ନେତା ପ୍ରତାପ ନାୟକ, ପ୍ରତାପ ପ୍ରଧାନ, ଏ ଆଇ କେ କେ ଏସ ର ନେତା ଶଙ୍କର ସାହୁ, ପି ପାର୍ବତୀ ଏବଂ ଏ ଆଇ କେ କେ ଏମ ଏସ ର ନେତା ଉଦ୍ଧବ ମହାଙ୍କୁଡ, ଶିବାନୀ ମିଶ୍ର ଶ୍ରମିକ ନେତା ପ୍ରତାପ ଚୌଧୁରୀ, ପ୍ରକାଶ ପାତ୍ର, ଯୁଧିଷ୍ଠିର ବେହେରା, ସତ୍ୟ ତ୍ରିପାଠୀ, ସୋମନାଥ ବେହେରା, ଯୁବ ନେତା ପ୍ରଦୀପ ସେଠି, କାମଦେବ ନାହାକ,, ଅଜିତ ପାଣିଗ୍ରାହୀ, ଵାପିନୀ ନାହାକ, ମହିଳା ନେତ୍ରୀ ଉର୍ମିଳା ଜେନା, ବିଷ୍ଣୁ ସାହୁ, ସନ୍ତୋଷିନୀ ନାଇକ, ଏବଂ ଜନ ଜାଗରଣ ମଞ୍ଚ ନେତା ମଧୁସୂଦନ, ସୁବାସ ରାଉତ, ଅବନୀ ଗୟା ପ୍ରମୁଖ ନେତୃତ୍ୱ ନେଇଥିଲେ ।


