
ଆସିକା,୧/୧୦(କ୍ଷିରୋଦ ବେହେରା) ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଆଜି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଥିବା ଜଣାଯାଇଛି । ଆଜି ଅପରାହ୍ନ ୪ଟାରେ ୮ ଜଣ ଜୁଆଡି ସହ ୩୨ ହଜାର ଟଙ୍କା ,୨ଟି ବାଇକ ଓ ୯ଟି ମୋବାଇଲ, ଖେଳ ସାମଗ୍ରୀକୁ ପୋଲିସ ଜବତ କରିଛି ।
ଏହି ଖେଳରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ ହେଲେ ମଙ୍ଗଳପୁର ଗ୍ରାମର କବିରାଜ ପାତ୍ର, ପିତବାସ ନାୟକ, ନାରାୟଣ ଦାଶ, ବାବନପୁର ଗ୍ରାମର ଦୁର୍ଗା ପ୍ରସାଦ ନାୟକ, ପାକଲ୍ଲାପଲ୍ଲୀ ଗ୍ରାମର ଶଙ୍କର ପ୍ରଧାନ, ଶଙ୍କର ସାହୁ, ଆସିକାର ଅଭିନାଶ ପୋଲାଇ, ଗୁଣ୍ଠପଡାର ବଳିଆ ଜେନା ପ୍ରମୁଖଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଛି । ପ୍ରକାଶ ଥାଉକି ବର୍ତମାନ ଦଶହରା ଓ କୁମାର ପୂର୍ଣ୍ଣିମା ପୁଜା ଚାଲିଥିବା ବେଳେ ମଙ୍ଗଳପୁରବାବନପୁର,ଢୁକୁଣି, ହୁମୁକି ନଦୀପଠା, କାଳଷଣ୍ଡପୁର, ନଳବଟାଂ,ଜୟପୁର, ଭେଟନଇ,ବାଲିସିରା,କମାଗଡ, ଧନିଜା ପ୍ରମୁଖ ଗ୍ରାମରେ ଖେଳ ଆଡ୍ଡା ଚାଲିଥିବା ଜଣାଯାଇଛି ।



