Tuesday, October 13, 2026
Home ଆଞ୍ଚଳିକ ହାଟମୁନିଗୁଡା ଡାଇନିଂ ପ୍ରକୋଷ୍ଠ ରେ ନିମ୍ନମାନର କାର୍ଯ୍ୟ । ଲକ୍ଷ ଲକ୍ଷ ...

ହାଟମୁନିଗୁଡା ଡାଇନିଂ ପ୍ରକୋଷ୍ଠ ରେ ନିମ୍ନମାନର କାର୍ଯ୍ୟ । ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍। ସରକାରୀ କର୍ମଚାରୀ ପାଲଟି ଛନ୍ତି ଠିକାଦାର।ଏବଂ ବାରମ୍ବାର ଏହି ସମ୍ପର୍କରେ ଖବର ପ୍ରଶାରଣ ହେବାପରେ ବେଖାତିର କରୁଛନ୍ତି ଜିଲ୍ଲା ପ୍ରଶାସନ।

56

ବିଷମକଟକ : (ପ୍ରସନ କୁମାର ପଣ୍ଡା,)ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ପଚାୟତ ରେ ସରକାରୀ ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ । ପୁରୁଣା କୋଠା କୁ ନୂଆ ଦର୍ଶାଇ ସରକାରୀ ଟଙ୍କା ହଢପ୍।ଠିକାଦାର ପାଲଟି ଛନ୍ତି ଜି ଆର ଏସ୍ ଓ ପି ଇ ଓ। ଅଭିଯୋଗ ଆଣିଛନ୍ତି ସମାଜ ସେବୀ ସୁକାନ୍ତ ସେଠୀ ଓ ରାମ ଉଲାକ।ଏଠି ଗୋଟିଏ ବଡ କଥା ହେଉଛି ଏତେ ସବୁ ଖବର ପ୍ରସାରଣ ହେବା ପରେ ମଧ୍ୟ ପ୍ରଶା ସନର ବା ବ୍ଲକ୍ ର କୈଣସି ଅଫିସର ଗୁରୁତ୍ୱ ର କାହିଁକି ନେଉ ନାହାଁନ୍ତି। ରାଜ ନୈତିକ ଚାପରେ ଜିଲ୍ଲା ପ୍ରଶାସନ ନୁହେତ। ଯଦି ରାଜ ନୈତିକ ଚାପରେ ଜିଲ୍ଲା ପ୍ରଶାସନ ତାହେଲେ ଏଠି ଗୋଟିଏ ବଡ କଥା ଜଣେ ସରକାରୀ କର୍ମଚାରୀ ନିଜେ ଠିକା କାର୍ଯ୍ୟ କରୁଛନ୍ତି।ଆନୁ ମାନିକ ଗୋଟିଏ ଜିଲ୍ଲା ପାଳ ଙ୍କ ର ଦରମା ମାଷକୁ ପଚାସ ହଜାର ଟଙ୍କା ହୁଏ ତାହାଠୁ ଅଧିକ ଆଦାୟ କରୁଛନ୍ତି ବିଷମକଟକ ଜି ଆର ଏସ୍ ମାନେ। ଭିଜିଲାନ୍ସ ତଦନ୍ତ କରିଲେ ସବୁ ରହସ୍ୟ ସାମ୍ନାକୁ ଆସିବ। ସେମାନଙ୍କୁ ଏତେ ସମ୍ପତି ଆସି ଲା କେଉଁଠୁ। ଏହି ପରି ସରକାରୀ କର୍ମଚାରୀ ପାଲଟିଛି ଠିକାଦାର।ତାକୁ ସହାୟତା କରୁଛନ୍ତି ବଡ ବଡିଆ ବାବୁମାନେ। ଅତି ଦୁଖର ବିଷୟ ମିଳିଥିବା ସୂଚନା ଅନୁସାରେ ହାଟମୁନିଗୁଡା ଏମ୍ ଇ School ରେ ଡାଇନିଂ ହଲ ପାଇଁ 5 ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି।ଏହି ବିଦ୍ୟାଳୟ ରେ ମୋଟ 140 ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଥୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରିବେଷଣ ନିମନ୍ତେ ହୋଇ ଥିବା ଜଣାପଡିଛି। ଆଉ ଏହି କାର୍ଯ୍ୟ ପି ଇ ଓ ହାଟମୁନିଗୁଡା ଜି ଆର ଏସ୍ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି ଯେ ପରିତ୍ୟକ୍ତ ହୋଇ ପଡି ରହିଥିବା ପୁରୁଣା କୋଠା କୁ ମରାମତି କରାଇ ନୂଆ ଦର୍ଶାଯାଇ ଟଙ୍କା ହଢପ୍ କରି ଦିଆଯାଇଛି। ପ୍ରତେକ ଜି ଆର ଏସ୍ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗରିବ ମାନଙ୍କ ଠାରୁ ଗୋଟିଏ ଘର ପିଛା 6 ହଜାର ଟଙ୍କା ଲାଞ୍ଜ ନେଇ ଥାଆନ୍ତି ଜି ଆର ଏସ୍ ମାନେ ଘରର ଜାଗାଠାରୁ ଆରମ୍ଭ କରି ଶେଷ ହେବା ପର୍ଯ୍ୟନ୍ତ। ଏହି ବିଷୟରେ କୈଣସି ଅଫିସର ତଦାରଖ କରୁଛନ୍ତି କି। ଏହି ପିରି ସରକାରୀ ମାଲାମାଲ ଜନ ସାଧାରଣ ବେହାଲ। ହାଟମୁନିଗୁଡା ଡାଇନିଂ ହଲ ସମ୍ପର୍କରେ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ ହେବା ପରେ ନିଦା ବିଷ୍ଣୁ ପାଲଟି ଛନ୍ତି ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବଟ ଲାକ୍ରା। ଆଉ ଦେଖି ବାକୁ ବାକି ରହିଲା ଏହି ଦୁଇ ସରକାରୀ କର୍ମଚାରୀ ଙ୍କ ପ୍ରତି ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ନା ପ୍ରମଶୋନ କରୁଛନ୍ତି।