
ବିଷମକଟକ,{ପ୍ରସନ କୁମାର ପଣ୍ଡା}: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ଏମ୍ ଇ school ର ଡାଇନିଂ ହଲ କାର୍ଯ୍ୟ ଅତି ନିମ୍ନମାନର ଓ ଏଠି ସରକାରୀ କର୍ମଚାରୀ ମାନେ ପାଲଟିଛି ଠିକାଦାର ଏହି ସମ୍ପର୍କରେ ଖବର ପ୍ରଶାରଣ ହେବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ କାହିଁକି ବୋଲି ଜନ ସାଧାରଣ ଙ୍କ ମନରେ ଗୋଟିଏ ବଡ ପ୍ରଶ୍ନ ।
ଏହି ବିଦ୍ୟାଳୟ ରେ ମୋଟ 140 ପିଲା ମାନଙ୍କୁ ନେଇ ଏହି ଡାଇନିଂ ହଲ ନିର୍ମିତ। 5 ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଏହି ଡାଇନିଂ ହଲ। ଦୀର୍ଘ 30 ବର୍ଷ ତଳର ଏହି ପୁରୁଣା କୋଠାଘର କୁ ସେହି ସମୟରେ ଟିଆରଡି ଡବ୍ଲ୍ୟୁ ମନ୍ତ୍ରୀ ଶ୍ରୀ ରାମଚନ୍ଦ୍ର ଉଲାକା ଉଦଘାଟନ କରିଥିଲେ। ବର୍ତ୍ତମାନ ଏବେ ସେହି ପୁରୁଣା କୋଠା କୁ ନୂଆ ଦର୍ଶାଇ ଉଠା ଯାଇଛି ବିଲ। ଏତେ ସବୁ ପ୍ରମାଣ ଥାଇ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ କାହିଁକି।
ବୋଲି ବୁଦ୍ଧି ଜୀବି ମହଲରେ ସୋମାଲଚନା ଚାଲିଛି। ଯଦି ଏହି ନିମ୍ନମାନର ଡାଇନିଂ ହଲ କୋଠା ରେ ପିଲାମାନ ଖାଇବା ସମୟରେ କୈଣସି ଅଘଟଣ ଘଟେ ତାହାହେଲେ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଜନସାଧାରଣ ମତ ପ୍ରକଶ କରିଛନ୍ତି। ଏବଂ ହାଟମୁନିଗୁଡା ପିଇଓ ଓ ଜିଆର ଏସ୍ ଦୁହେଁ ସରକାରୀ କର୍ମଚାରୀ ହୋଇ କିପରି ନିଜେ ଠିକାଦାର କାର୍ଯ୍ୟ କରୁ ଛନ୍ତି।
ଏ ନେଇ ଏହି ଡାଇନିଂ ପ୍ରକୋଷ୍ଠଟି ଅତି ପୁରୁଣା ଭିତ୍ତିଭୂମି ଓ କାନ୍ଥ ରେ ଛିଡ଼ା ହୋଇଥିଲା ବେଳେ ଏହାର ସ୍ଥାୟିତ୍ଵ ନେଇ ଆଶକା ସୃଷ୍ଟି ହୋଇଛି।ଏହି ବିଷୟରେ ଅଜି ଆମେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଦୁର୍ନୀତି ସମ୍ପର୍କରେ ମୁଁ ସବୁ ଜାଣି ଛି ଏବଂ ମୁଁ ତାହା ରାୟଗଡା ଜିଲ୍ଲା ର ନୂତନ ପିଡି ଶ୍ରୀ ଗମାଙ୍ଗ ଙ୍କୁ ସେହି ଡାଇନିଂ ହଲ ର ତଦନ୍ତ ପାଇଁ ନିର୍ଦ୍ଦେଶଦିଆଯାଇଛି।
ଏହାର ତଦନ୍ତ କରି ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ପ୍ରତିନିଧି ପ୍ରସନ କୁମାର ପଣ୍ଡା ଙ୍କୁ ସୂଚନା ଦେଇଛନ୍ତି। ଯଦି ଏହାର ତଦନ୍ତ କରି ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯାଏ ତାହେଲେ ରାୟଗଡା ଭିଜିଲାନ୍ସ ବିଭାଗ ଙ୍କୁ ସମସ୍ତ ତଥ୍ୟ ଦେବାକୁ ବାଧ୍ୟ ହେବୁ ବୋଲି ସମାଜ ସେବୀ ସୁକାନ୍ତ ସେଠୀ ଅଭିଯୋଗ କରିଛନ୍ତି।



