
ବିଷମକଟକ,[ପ୍ରସନ କୁମାର ପଣ୍ଡା}:ରାୟଗଡ଼ା ସହରସ୍ଥିତ ଏସବିଆଇ ଲାଇଫ କାର୍ୟାଳୟ ଲେନରେ ଥିବା ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ନୀଳକଣ୍ଠ ଦାସଙ୍କ ସୂପୁତ୍ର ବରିଷ୍ଠ ଆଇନଜୀବୀ ପ୍ରତାପଚନ୍ଦ୍ର ଦାସଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଛି । କିଛି ଦିନ ପୂର୍ବରୁ ସିଏ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ବିଶାଖାପାଟଣା ସ୍ତାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ସମୟରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା । ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ ଖବର ଜାଣିବା କ୍ଷଣିକେ ଚାରିଆଡେ ଶୋକାକୂଳ ଛାଇଯାଇଥିଲା ।
ଆଜି ରାୟଗଡା କୋର୍ଟ ପରିସରରେ ରାୟଗଡା ବାର ଏସୋସିଏସନର ସଭାପତି ଶ୍ରୀ ବ୍ରଜସୁନ୍ଦର ନାୟକଙ୍କ ନେତୃତ୍ୱରେ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏହି ସଭାରେ ସମସ୍ତ ଓକିଲ ଯୋଗ ଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।
ଏହି ଶୋକଘଟଣା ନେଇ ଆଜି ଦିନକ ପାଇଁ ସମସ୍ତ କାର୍ଯ୍ୟ ନିବୃତ୍ତ ରଖାଯିବା ସହ ଉପସ୍ଥିତ ଓକିଲମାନେ ସ୍ବର୍ଗତ ଦାସଙ୍କ କାର୍ୟା ପରିଧି ମଧ୍ୟରେ ତାଙ୍କର ଶୃଙ୍ଖଳିତ କାର୍ଯ୍ୟ ନେଇ ସ୍ମୃତିଚାରଣ କରିବା ସହ ସନ୍ଧ୍ୟା ୬.୩୦ ସମୟରେ ରାୟଗଡାରେ ଥିବା ବିଭିନ୍ନ ସଙ୍ଗଠନ ଓ ବାର ଏସୋସିଏସନର ସମସ୍ତ ସଭ୍ୟ ରାୟଗଡା କୋର୍ଟ ପରିସର ସମ୍ମୁଖରେ ବରିଷ୍ଠ ଆଇନଜୀବି ସ୍ୱର୍ଗତ ଦାସଙ୍କୁ କ୍ୟାଣ୍ଡଲ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ପ୍ରକାଶ ଥାଉ କି ଯେ ବିଗତ ତେର ଦିନ ତଳେ ସ୍ୱର୍ଗତ ଦାସଙ୍କ ମାଆ କରୋନା ଜନିତ ମୃତ୍ୟୁ ଘଟିଥିଲା ।


